ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦୁଇ ମୃତ ତିନି ଗୁରୁତର

ମାଲକାନଗିରି, ଅପୁର୍ବ ଥଣ୍ଡର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦୁଇ ମୃତ ତିନି ଗୁରୁତର । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ବ୍ଲକ ମାର୍କlପଲ୍ଲୀ ଠାରେ । ସୂଚନା ଅନୁଯାୟୀ ଦୁଇଟି ବାଇକ ଗୋଟିଏ ପଟରୁ ଆସୁଥିବା ବେଳେ ଅନ୍ୟପଟରୁ ଗୋଟିଏ ବାଇକ ଦ୍ରୁତ ଗତିରେ ଆସି ଭାରସାମ୍ୟ ହରାଇ ଦୁଇ ବାଇକ ମଝିରେ ପଶି ଦୁର୍ଘଟଣା ଘଟାଇବା ଜଣାପଡିଛି । ତିନଟି ବାଇକରେ ପାଞ୍ଚ ଜଣ ଥିବା ବେଳେ ଘଟଣା ସ୍ଥଳରେ ଜଣେ ବାଇକ ଆରୋହୀର ମୃତ୍ୟ ହୋଇଥିଲା ଓ ଅନ୍ୟମାନଙ୍କୁ ୧୦୮ ଆମ୍ବୁଲାନ୍ସରେ ନେବା ବାଟରେ ଜଣେ ମୃତ ହୋଇଥିବା ଜଣାପଡିଛି । ଅନ୍ୟ ତିନିଜଣ ଗୁରୁତର ଅବସ୍ଥାରେ ମାଲକାନଗିରି ଜିଲ୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମୃତ ଦୁଇ ବାଇକ ଅରହି ମାଛିଆମ ଓ ବାପନପଲ୍ଲୀ ର ବୋଲି ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

Comments are closed.