ଅରଣ୍ୟ ନିବାସ ହରିଣ ମାଂସ ଘଟଣା, ଜିଲ୍ଲାପାଳ କହିଲେ ମିଥ୍ୟା ଖବର ପ୍ରଘଟ କରୁଥିବା ବ୍ୟକ୍ତି ମାନଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

କେନ୍ଦ୍ରାପଡା(ଧୀରେନ୍ଦ୍ର ମଲ୍ଲିକ) – କେନ୍ଦ୍ରାପଡ଼ା ଜିଲ୍ଳା ଭିତରକନିକାର ଅରଣ୍ୟ ନିବାସରେ ଆତିଥ୍ୟ ସେବାରେ ହରିଣ ମାଂସ ଭୋଜିକୁ ନେଇ ରାଜନଗର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି | ଭିତରକନିକାକୁ ଆସିଥିବା ଜିଲ୍ଳା ସମାଜ ମଙ୍ଗଳ ଅଧିକାରିଣୀ ଚିନ୍ମୟୀ ରଥ, ବିଭାଗୀୟ ଡିସିପି ମନୋରଞ୍ଜନ ନାୟକ,, ପଟ୍ଟାମୁଣ୍ଡାଇ ବ୍ଲକ ସିଡିପିଓ, ରାଜନଗର ଦାୟିତ୍ୟରେ ଥିବା ମୁକ୍ତରୀ ବେଗମ ସମେତ 14 ଜଣ ଅତିଥି ମାନଙ୍କୁ ଅରଣ୍ୟ ନିବାସରେ ଆତିଥ୍ୟ ସେବାରେ ହରିଣ ମାଂସ ଭୋଜିର ଆୟୋଜନ କରାଯାଇଥିବା ନେଇ ଗତ ନଭେମ୍ବର 5 ତାରିଖରେ ଖବର କାଗଜରେ ପ୍ରକାଶିତ ହୋଇଥିଲା | ଏନେଇ ଗତ 5 ତାରିଖରେ ମଧ୍ୟ ରାହା ଫାଉଣ୍ଡେସନ ଓ ଭିତରକନିକା ଯୁବ ପରିଷଦ ପକ୍ଷରୁ ଦୁଇଘଣ୍ଟା ଭିତରକନିକାର ମୁଖ୍ୟ ରାସ୍ତା ଅବରୋଧ କରାଯାଇଥିଲା | ଖବର ପାଇ ଭିତରକନିକା ରେଞ୍ଜ ଅଫିସର ମାନସ ଦାସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବାପରେ ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧରୁ ହଟିଥିଲେ | ଅପରପଟେ ଗଣମାଧ୍ୟମ ପ୍ରତିନିଧି ଘଟଣା ସମ୍ପର୍କରେ ଅଧିକାରୀ ମାନଙ୍କଠାରୁ ପ୍ରତିକ୍ରିୟା ନେବା ପାଇଁ ପ୍ରୟାସ କରିଥିବା ବେଳେ ତାହା ସମ୍ଭବପର ହୋଇନଥିଲା | ଅପରପଟେ ଘଟଣାକୁ ଖଣ୍ଡନ କରିବା ସହିତ ମିଥ୍ୟା ଖବର ପ୍ରଘଟ କରୁଥିବା ବ୍ୟକ୍ତି ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବବୋଲି ଜିଲ୍ଲାପାଳ କହିଛନ୍ତି |

Comments are closed.