ଫିଟିକିରି ସାଜିବ ରୂପଚର୍ଯ୍ୟାର ମୂଳମନ୍ତ୍ର

ଭୁବନେଶ୍ୱର: ଶରୀରକୁ ଅନେକ ରୋଗରୁ ମୁକ୍ତି ଦେଇଥାଏ ଫିଟକିରି । ଏଥିରେ ଭରିରହିଛି ଅନେକ ଔଷଧୀୟ ଗୁଣ । ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ନଥାଏ । ଏହା ଶରୀରରେ ଆଣ୍ଟିସେପ୍ଟିକ୍‌ ଓ ଆଣ୍ଟି ବ୍ୟାକ୍ଟେରିଆଲ ପରି କାମ କରେ । ଏହାକୁ ଆମେ ଦୈନଦିନ ରୂପଚର୍ୟ୍ୟା ଲାଗି ବ୍ୟବହାର କରି ମଧ୍ୟ ପାଇପାରିବା ଅନେକ ଫାଇଦା । ତେବେ ଆସନ୍ତୁ ଜାଣିବା ଫିଟିକିରି ଦ୍ୱାରା କିପରି କରିବା ସୌନ୍ଦର୍ଯ୍ୟ ଉପଚାର?

– କିଛି ଲୋକ ଜୋତା ଖୋଲିଲେ ତାଙ୍କ ପାଦରୁ ଦୁର୍ଗନ୍ଧ ବାହାରିଥାଏ । କାରଣ ପାଦରେ ଥିବା ଜୀବାଣୁ ଝାଳ ସଂସ୍ପର୍ଷରେ ଆସି ଏପରି ଦୁର୍ଗନ୍ଧ ହୋଇଥାଏ । ଏଥିପାଇଁ ଏକ ଚାମଚ ଫିଟକିରି ପାଉଡରକୁ ଏକ ମଗ୍‌ ପାଣିରେ ପକାଇ ପାଦ ଧୁଅନ୍ତୁ । କିଛିଦିନ ଭିତରେ ଆପଣଙ୍କ ସମସ୍ୟା ଦୂର ହୋଇଯିବ ।

– ଯଦି ଆପଣଙ୍କ ଚେହେରାରେ ଅଧିକ ଦାଗ ଥାଏ ତେବେ ରାତିରେ ଶୋଇବା ପୂର୍ବରୁ ଫିଟିକିରି ଲଗାଇବା ଦ୍ୱାରା ଆପଣଙ୍କ ମୁହଁର ଦାଗ ଲିଭିଯାଇ ପାରିବ ।

– ସେହିପରି ଅନେକଙ୍କ ଚେହେରାରେ ବ୍ରଣ ସମସ୍ୟା ଦେଖାଯାଏ । ତେବେ ଏପରି କ୍ଷେତ୍ରରେ ୨-୩ ସପ୍ତାହ ଯାଏଁ ଫିଟିକିରି ମୁହଁରେ ଘଷିଲେ ବ୍ରଣ ଉଠିବା ସମସ୍ୟାର ସମାଧାନ ହେବ ।

– ପାଦ ମୋଡି ହୋଇ ଗଲା ପରେ ଯଦି ଅଧିକ ଯନ୍ତ୍ରଣା ହୁଏ, ତାହାହେଲେ ଆପଣ ଏକ ଗ୍ଲାସ ଗରମ କ୍ଷୀରରେ ଅଳ୍ପ ଫିଟିକିରି ମିଶାଇ ପିଅନ୍ତୁ । ଏହା ଦ୍ୱାରା ଯନ୍ତ୍ରଣାରୁ ଆରାମ ମିଳିଥାଏ ।

– ପାଚିଲା କେଶ ସମସ୍ୟା ପାଇଁ ଆପଣ ଖଣ୍ଡେ ଫିଟିକିରିକୁ ଗୁଣ୍ଡ କରି ଏକ ଚାମଚ ଗୋଲାପ ଜଳ ସହିତ ମିଶାଇ ୫ ମିନିଟ୍‌ ମସାଜ କରନ୍ତୁ ଓ ୧ ଘଣ୍ଟା ପରେ ଧୋଇ ଦିଅନ୍ତୁ ।

– ଦାନ୍ତ ବ୍ୟଥା ହେଉଥିଲେ ଫିଟିକିରି ଓ ଗୋଲମରିଚ ସମାନ ମାତ୍ରାରେ ଗୁଣ୍ଡ କରି ବ୍ୟଥା ହେଉଥିବା ସ୍ଥାନରେ ଲଗାନ୍ତୁ । ଦେଖିବେ ଅଳ୍ପ ସମୟ ଭିତରେ ଯନ୍ତ୍ରଣାରୁ ମୁକ୍ତି ମିଳିଯିବ ।

– ନାକରୁ ରକ୍ତ ବାହାରିଲେ ଫିଟିକିରି ଘୋଳରେ ତୁଳା ବୁଡାଇ ନାକରେ ଲଗାଇଲେ ରକ୍ତ ବହିବା ବନ୍ଦ ହୋଇଯାଏ ।

Comments are closed.