କୋଷ୍ଠ୍ୟକାଠିନ୍ୟ ସମସ୍ୟାର କରନ୍ତୁ ଅନ୍ତ

ଭୁବନେଶ୍ୱର: ଖାଦ୍ୟପେୟରେ ଅନିୟମିତତା ଯୋଗୁଁ କୋଷ୍ଠ୍ୟକାଠିନ୍ୟ ସମସ୍ୟା ଦେଖାଦେଇଥାଏ । ଯାହାର ସଠିକ ଉପଚାର ନ କରାଗଲେ ଏହା ଗୁରୁତର ସମସ୍ୟାରେ ପରିବର୍ତ୍ତନ ହୋଇଥାଏ । ଋତୁ ପରିବର୍ତ୍ତନ ହେତୁ ପରିବେଶ ଅବସ୍ଥା ସହ ଆମର ଖାଦ୍ୟପେୟରେ ପରିବର୍ତ୍ତନ ଓ ପାଣି ପିଇବାରେ ସମସ୍ୟା ଯୋଗୁଁ କୋଷ୍ଠକାଠିନ୍ୟ ପରି ସମସ୍ୟା ଦେଖା ଦେଇଥାଏ ।

ହେଲେ ଏହା କିଛି ଦିନ ପାଇଁ ଲାଗି ରହିଲେ ଆମକୁ ଅତିଷ୍ଟ କରିପକାଏ । କାରଣ ଏହାଦ୍ୱାରା ହଜମ ଶକ୍ତି ଅସନ୍ତୁଳିତ ହେବା ସହ ଭୋକ ମଧ୍ୟ ନଲାଗିବା ଲକ୍ଷ କରାଯାଉଛି । ତେବେ ଏଥିରୁ ଉପଶମ ପାଇବାପାଇଁ ଏକ ସହଜ ଘରୋଇ ଉପାୟ ଅବଲମ୍ବନ କରାଯାଇପାରିବ । ଯଦ୍ୱାରା ଆପଣ କେବଳ ଗୋଟିଏ ଦିନରେ ଏହି ସମସ୍ୟାରୁ ମୁକ୍ତ ହୋଇପାରିବେ ।

କୋଷ୍ଠକାଠିନ୍ୟରୁ ମୁକ୍ତି ପାଇବା ପାଇଁ ଆପଣଙ୍କ ୈନଦିନ ରୋଷେଇ ମସଲାରୁ ପାଇପାରିବେ ଏହାର ଉପଚାର । ତାହା ହେଉଛି ଜିରା ।

ପ୍ରଣାଳୀ- ଗୋଟିଏ ଲିଟର ପାଣି ନିଅନ୍ତୁ, ସେଥିରେ ଦୁଇ ଚାମଚ ଜିରା ନେଇ ଭଲ ଭାବରେ ଫୁଟାଇ ଦିଅନ୍ତୁ । ଭଲଭାବରେ ଫୁଟିଗଲା ପରେ ଏହାକୁ ଓହ୍ଲାଇ ଥଣ୍ଡା କରନ୍ତୁ । ପ୍ରସ୍ତୁତ ହୋଇଗଲା ଜିରା ପାଣି ।

ଏହି ପାଣିକୁ ଆପଣ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ୍‌ ପିଅନ୍ତୁ । ଏଥିରୁ କପେ ପରିମାଣର ପାଣି ମଝିରେ ମଝିରେ ପିଇ ପାରିଲେ ଭଲ । ଆପଣ ଲକ୍ଷ କରିବେ ଗୋଟିଏ ଦିନରେ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇପାରିବେ । ଏହି ପାଣିକୁ ଆପଣ ଅଧିକ ପରିମାଣରେ ପ୍ରସ୍ତୁତ କରି ଷ୍ଟୋର କରି ରଖି ଦୁଇ ଦିନ ପର୍ଯ୍ୟନ୍ତ ପିଇପାରିବେ । ଏପରି ଯଦି ଆପଣ ଗୋଟିଏ ରୁ ଦୁଇ ସପ୍ତାହ କରନ୍ତି ତେବେ କୋଷ୍ଠକାଠିନ୍ୟ ସମସ୍ୟା ଆଉ ରହିବ ନାହିଁ ।

Comments are closed.