ଓଭର ଏକ୍ସରସାଇଜ ଆଣିବ କାଳ

ଭୁବନେଶ୍ୱର: କର୍ମବହୁଳ ଜୀବନଶୈଳୀରେ ମଣିଷ ଭୁଲି ଯାଉଛି ନିଜ ଶରୀରର ଯତ୍ନ ନେବା । ଓଜନ ହ୍ରାସ କରିବା ସହ ଫିଟ ରହିବା ପାଇଁ ଯୁବ ପିଢ଼ିଙ୍କ ପସନ୍ଦ ଜିମ୍ ଓ ୱାର୍କ ଆଉଟ । ଶିଘଅ ଓଜନ କମାଇବା ଓ ଫିଟ ହେବାକୁ ଅତ୍ୟଧିକ ଏକ୍ସରସାଇଜ କରିବାକୁ ମଧ୍ୟ ପଛଉନାହାନ୍ତି ଲୋକେ ।

ବର୍ତ୍ତମାନ ଫିଟ୍‌ନେସ୍‌ ଆଳରେ ଆବଶ୍ୟକତାଠାରୁ ଅଧିକ ଏକ୍ସରସାଇଜ୍‌ ଅନେକଙ୍କ ପାଇଁ ସାଜୁଛି କାଳ, ଯାହା ପ୍ରତି ବେଳହୁଁ ସାବଧାନ ରହିବା ଆବଶ୍ୟକ…

ବର୍ତ୍ତମାନ ଅନେକଙ୍କ ପାଇଁ ଏକ୍ସରସାଇଜ୍‌ ପାଲଟିଛି ଫିଟ୍‌ନେସ୍‌ ମନ୍ତ୍ର। ବିଶେଷକରି ସ୍ଲିମ୍‌ ଫିଗର ପ୍ରତି ସଜାଗ ଥିବା ଯୁବପିଢ଼ି ଏଥିପାଇଁ ଜିମ୍‌ ଉପରେ ନିର୍ଭର କରୁଥିବା ଦେଖିବାକୁ ମିଳୁଛି। ଯାହାଙ୍କ ମଧ୍ୟରୁ ଅନେକେ ଏମିତିବି ଅଛନ୍ତି, ଯେଉଁମାନେ ଫିଟ୍‌ନେସ୍‌ ପାଇଁ ଶୀଘ୍ର ପତଳା ହେବା ନିଶାରେ ଆବଶ୍ୟକତାଠାରୁ ଅଧିକ ବା ଓଭର ଏକ୍ସରସାଇଜ୍‌ କରିବାକୁ ମଧ୍ୟ ପଛାନ୍ତି ନାହିଁ। ଖାଲି ସେତିକି ନୁହେଁ, କେତେଜଣ ଗୋଟିଏ ଦିନ କୌଣସି କାରଣରୁ ନ କରିପାରିଲେ ପର ଦିନ ଏକ ସଙ୍ଗେ ଦୁଇଦିନ ପାଇଁ ଏକ୍ସରସାଇଜ୍‌ କରିଥା’ନ୍ତି। ହେଲେ ଏହାଦ୍ୱାରା ଶରୀରକୁ କୌଣସି ଫାଇଦା ମିଳିବା ବଦଳରେ ବିଭିନ୍ନ ସମସ୍ୟାର କାରଣ ସାଜିଥାଏ।

ଓଭର ଏକ୍ସରସାଇଜ୍‌ର ବିଭିନ୍ନ ପ୍ରଭାବ ସମ୍ପର୍କରେ…
ଥକା ବା ଅଳସୁଆ ଲାଗିବା: ନିୟମିତ ଏକ୍ସରସାଇଜ୍‌ କରିବା ଭଲ। ହେଲେ ଏହା ଆବଶ୍ୟକତାଠାରୁ ଅଧିକ ହେଲେ ଅଧିକ ପରିମାଣରେ କ୍ୟାଲୋରି ବର୍ଣ୍ଣ ହୋଇଥାଏ। ଫଳରେ ଶରୀରକୁ ଏନର୍ଜି ଷ୍ଟୋର କରିବାରେ ଅସୁବିଧା ହୋଇଥାଏ। ଯାହାର ଫଳସ୍ବରୂପ ଦିନ ସାରା ଥକା ଲାଗିବା, ଅଳସୁଆ ଲାଗିବା ବା ନିଦ ଆସିବା ଭଳି ଲକ୍ଷଣ ଦେଖାଦେଇଥାଏ। ଏହା ମାନସିକ ସ୍ବାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରିଥାଏ। ତେଣୁ ଏପରି କରିବାଠାରୁ ବଞ୍ଚନ୍ତୁ ଏବଂ ଟ୍ରେନରଙ୍କ ପରାମର୍ଶକ୍ରମେ ଆବଶ୍ୟକ ମାତ୍ରାରେ ଏକ୍ସରସାଇଜ୍‌ କରନ୍ତୁ।

ହୋଇପାରେ ଯନ୍ତ୍ରଣାର କାରଣ: ଓଭର ଏକ୍ସରସାଇଜ୍‌ ପ୍ରଭାବରେ ବେଳେବେଳେ ପାଦ, ଆଣ୍ଠୁ, ହାତ, ବେକ, ଅଣ୍ଟା ଆଦି ସ୍ଥାନରେ ମାଂସପେଶୀ ସଂକୁଚିତ ହୋଇଯିବା ସହ ଉକ୍ତ ସ୍ଥାନ ଫୁଲି ଖୁବ୍‌ ଯନ୍ତ୍ରଣା ହୋଇଥାଏ। ତେଣୁ ଏପରି ଆଦୌ କରନ୍ତୁ ନାହିଁ।
ହୋଇପାରେ ହର୍‌ମୋନ ଅସନ୍ତୁଳନ: ଏକ୍ସରସାଇଜ କରିବା ଦ୍ୱାରା ମସ୍ତିଷ୍କ ପିଟ୍ୟୁଟାରୀ ଗ୍ଲାଣ୍ଡରୁ ଏଣ୍ଡୋଫ୍ରିନ୍‌ ନାମକ ହରମୋନ କ୍ଷରଣ ହୋଇଥାଏ, ଯାହାକି ମଣିଷକୁ ଚିନ୍ତା, କଷ୍ଟ, ଅବସାଦ ଆଦିରୁ ରକ୍ଷା କରି ମନ ଖୁସି ରଖିଥାଏ।

ହେଲେ ଓଭର ଏକ୍ସରସାଇଜ କଲେ ଏହି ହରମୋନ ଅଧିକ କ୍ଷରଣରେ ଅସନ୍ତୁଳନ ଦେଖାଦେଇଥାଏ। ତେବେ ଏହି ହରମୋନ ଅଧିକ ହେଲେ କେତେକଙ୍କ ଠାରେ ଏକ ଡ୍ରଗ୍‌ ଭଳି କାର୍ଯ୍ୟ କରିଥାଏ। ଅର୍ଥାତ୍‌ ଏକ୍ସରସାଇଜ୍‌ ସେମାନଙ୍କ ପାଇଁ ଏକ ନିଶା ପାଲଟିଯାଏ, ଯାହା କୌଣସି ଦିନ ନ ହୋଇ ପାରିଲେ ସେମାନଙ୍କ ଠାରେ ଚିଡିଚିଡା ଲାଗିବା, ଅବସାଦ ଭଳି ଲକ୍ଷଣ ଦେଖାଦେଇଥାଏ।

Comments are closed.