ପୁରୀ ଫୋଟୋ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ : ୨୦ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ

ପୁରୀ ବାଟ ଲୋକନାଥ ବାଲିସାହି ହିଞ୍ଜଳ ଗଳିରେ ଭୟା ବହ ଅଗ୍ନିକାଣ୍ଡ। ଏକ ଫୋଟୋ ଗୋଦାମରେ ଅଗ୍ନିକାଣ୍ଡ ଘଟିବାରୁ ସବୁ ଜଳୀ ପୋଡି ଗୋଦାମ ଗୃହ ଛାର ଖାର ହୋଇଯାଇଛି । ପ୍ରାୟ ୨୦ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି। ତେବେ ଖବର ପାଇ ଅଗ୍ନିଶମ ବିଭାଗ ଅଗ୍ନିକାଣ୍ଡ କୁ ଆୟତ୍ତ କରିଥିଲା । ୪ ଟି ଅଗ୍ନିଶମ ଗାଡି, ୧୫ ଜଣ ବିଭାଗୀୟ କର୍ମଚାରୀ ୧ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ଏହି ଅଗ୍ନିକାଣ୍ଡ କୁ ଆୟତ୍ତ କରିଥିଲେ । ତେବେ ଅଗ୍ନିକାଣ୍ଡ ର ପ୍ରକୃତ କାରଣ ଜଣା ପଡିନଥିଲେ ମଧ୍ୟ ବିଦ୍ୟୁତ ସର୍ଟ ସର୍କିଟ ଜୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ସର୍ବେଶ୍ୱର ହୋତାଙ୍କ ଘରେ ଗୁରୁଚରଣ ଦାସ ଏହି ଫୋଟୋ ଗୋଦାମ କରିଥିଲେ। ତେବେ ସୌଭାଗ୍ୟ ବଶତଃ ଏହି ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।

Comments are closed.