ଜଙ୍ଗଲରେ ଭାଲୁ ଆକ୍ରମଣ: ୨ ଆହତ

ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଲରକି ଗାଁର ଦୁଇ ଜଣ ଜଙ୍ଗଲ ମଧ୍ୟରେ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି, ଫଳରେ ଆହତ ଦୁଇଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ସୁଚନା ଅନୁସାରେ, ୟାଦ ବିଶ୍ୱାଳ ଓ ନିବାସ କୁମାର ନିଆଲ କୌଣସି କାରଣବଶତଃ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ସେଠାରେ ଆକସ୍ମିକ ଭାବେ ଏକ ଭାଲୁ ତାଙ୍କ ଉପରେ ଆକ୍ରମଣ କରିଦେଇଥିଲା । ଏହି ଆକ୍ରମଣରେ ୟାଦଙ୍କର ଗୋଡ ଭାଙ୍ଗି ଯାଇଥିବାବେଳେ ନିବାସଙ୍କର ହସ୍ତ ପାପୁଲି କ୍ଷତାକ୍ତ ହୋଇଛି ।

Comments are closed.