ପୁରୀରେ ନିଯୁକ୍ତ ହେଲେ ନୂଆ ଜିଲ୍ଲାପାଳ: ଜ୍ୟୋତିପ୍ରକାଶ ଦାସ

ପୁରୀଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ବରିଷ୍ଠ ଓଏଏସ ଅଫିସର ଜ୍ୟୋତିପ୍ରକାଶ ଦାସ । ଜିଲ୍ଲାପାଳ ଶ୍ରୀଯୁକ୍ତ ଦାସ ପୁରୀରେ ପହଞ୍ଚିବା ପରେ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ଲାଭ କରିଥିଲେ । ନୂତନ ଭାବରେ ଜିଲ୍ଲାର ଦାୟିତ୍ବ ଗ୍ରହଣ କରିବା ସହ ଗଣମାଧ୍ୟମକୁ କହିଛନ୍ତି ଯେ ଶ୍ରୀମନ୍ଦିର ସେବାପୂଜା, ନୀତିକାନ୍ତିର ସୁପରିଚାଳନାକୁ ଗୁରୁତ୍ୱ ଦେବା ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଅବଗତ କରାଇବେ। ପୁରୀ ସହର କେବଳ ଓଡିଶା କି ଭାରତର ନୁହଁ ସାରା ବିଶ୍ୱରେ ଏହାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ବିଶ୍ୱର ବିଭିନ୍ନ ସ୍ଥାନରୁ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକମାନଙ୍କ ଏଠାରେ ଆଗମନ ହୋଇଥାଏ । ତେଣୁ ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାରେ ସୁଧାର ଲାଗି ଡ୍ରେନେଜ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କରିବା ପାଇଁ ଶ୍ରୀଯୁକ୍ତ ଦାସ ପ୍ରାଥମିକତା ଦେବେ। ସେହିପରି ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକରେ ଉନ୍ନୟନ ମୂଳକ ଯୋଜନା ବହୁ ପଛରେ ପଡ଼ିରହିଛି । ଏହି ଜନହିତକାରୀ ଯୋଜନା ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଗୁରୁତ୍ୱ ଦେବେ ବୋଲି ନବନିଯୁକ୍ତ ଜିଲ୍ଲାପାଳ କହିଛନ୍ତି।

Comments are closed.