ପୋଲିସ ଇଣ୍ଟରଭ୍ୟୁ ବେଳେ ବେହୋସ୍ ପ୍ରତିଯୋଗୀ

ଆଜି କେନ୍ଦୁଝର ଜିଲ୍ଲାରେ ପୋଲିସ କନଷ୍ଟେବଲ୍ ଇଣ୍ଟରଭ୍ୟୁ ଦେଉଥିବାବେଳେ ଜଣେ ପ୍ରତିଯୋଗୀ ବେହୋସ୍ ହୋଇଛନ୍ତି । ପ୍ରତିଯୋଗୀ ଜଣକ ହେଉଛନ୍ତି ପଣ୍ଡାପଡ଼ା ଥାନା ଅନ୍ତର୍ଗତ ଜଙ୍ଗିରା ଗ୍ରାମର ଦମୟନ୍ତୀ ବେହେରା । ଦୌଡ ପରୀକ୍ଷା ଚାଲିଥିବାବେଳେ ଦମୟନ୍ତୀ ବେହୋସ୍ ହୋଇଥିଲେ, ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସେହିପରି, ଗତକାଲିି ଓଡିଶା ଷ୍ଟେଟ ଆର୍ମ ପୋଲସର ଦୌଡ଼ ପ୍ରତିଯୋଗିତା ଚାଲିଥିବା ବେଳେ ଜଣେ ପ୍ରତିଯୋଗୀଙ୍କ ମୃତ୍ୟୁ ହୋଇଥିଲା । ମୃତକ ଜଣକ ହେଉଛନ୍ତି କଟକ ଜିଲ୍ଲା ନରସିଂହପୁରର ସୁରେଶ ପ୍ରଧାନ । ଖବର ଅନୁସାରେ, ଦୌଡ଼ ପ୍ରତିଯୋଗିତା ବେଳେ ସୁରେଶ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ୨ ଲକ୍ଷ ଟଙ୍କା ଓ ପରିବାରର ଜଣେ ସଦସ୍ୟକୁ ଚାକିରି ଦେବା ଦାବିରେ ସ୍ଥାନୀୟ ଓ ପରିବାର ଲୋକ ଶବକୁ ୬୫ରାଜପଥରେ ରଖି ରାସ୍ତା ଅବରୋଧ କରିଛନ୍ତି ।

Comments are closed.