ଜଙ୍ଗଲକୁ ଟେକିନେଇ ନାବାଳିକା ସହ ଦୁଷ୍କର୍ମ

ଦୁଷ୍କର୍ମ, ଅତ୍ୟାଚାର ଆଦି ଦିନକୁ ଦିନ ସମାଜକୁ ଗ୍ରାସ କରିବାକୁ ବସିଲାଣି । ସେହିପରି, ରାଉରକେଲା ନିକଟସ୍ଥ ବିର୍ସା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ଗତକାଲି ରାତିରେ ଜଣେ ନାବାଳିକା ନିଜ ପଡୋଶୀଙ୍କ ଘରୁ ଫେରୁଥିବା ସମୟରେ କିଛି ଦୁର୍ବୁତ୍ତ ତାଙ୍କୁ ବଳପୂର୍ବକ ଜଙ୍ଗଲ ମଧ୍ୟକୁ ଟେକି ନେଇଥିଲେ । ପରେ ଦଳବଦ୍ଧ ଭାବେ ଦୁଷ୍ମର୍ମ କରିଚାଲିଥିଲେ ନାବାଳିକାଙ୍କ ସହିତ । ଏନେଇ ପୋସ୍କ ଆକ୍ଟରେ ମାମଲା ରୁ୍ଜୁ ହେବା ପରେ ପୋଲିସ ୩ଜଣଙ୍କୁ ଅଟକ ରଖି ପଚାରଉଚାର ଆରମ୍ଭ କରିଦେଇଛି । ଦେଖାଯାଉ ନାବାଳିକାକୁ କେବେ ନ୍ୟାୟ ପ୍ରଦାନ କରୁଛି ପ୍ରଶାସନ !

Comments are closed.