ଆଶା କର୍ମୀଙ୍କୁ ମିଳିବ ୧୦ହଜାର ଟଙ୍କା

ଭୁବନେଶ୍ୱର- ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସ୍ୱାସ୍ଥ୍ୟକ୍ଷେତ୍ରରେ କାମ କରୁଥିବା ‘ଆଶା’ କର୍ମଚାରୀଙ୍କୁ ଛତା, ଚପଲ, ସାଇକେଲ, ଆଲମିରା ଓ  ଟର୍ଚ୍ଚ ପାଇଁ ମିଳିବ ୧୦ହଜାର ଟଙ୍କା । ଏନେଇ ରାଜ୍ୟ ସରକାର ଏହାକୁ ଘୋଷଣା କରିଛନ୍ତି । ଏହା ଦ୍ୱାରା ୪୭ ହଜାର ଆଶା କର୍ମୀ ଉପକୃତ ହେବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହାସହ ଆଶା ଅବ୍ୟାହତ ଯୋଜନା ଅନ୍ତର୍ଗତ ଏକକାଳୀନ ଆର୍ଥିକ ସହାୟତାକୁ ୧୦ହଜାରରୁ ୨୦ହଜାରକୁ ବୃଦ୍ଧି କରାଯାଇଛି ।

Comments are closed.