ପରିବହନ ମନ୍ତ୍ରାଳୟ ପକ୍ଷରୁ ଜାରି ହେଲା ଆପ : ଦେଖାଇବାକୁ ପଡ଼ିବନି DL କି ଗାଡି କାଗଜପତ୍ର

ଡିଜିଟାଲର ଦୁନିଆର ଉନ୍ନତି ଆଣି ଦେଇଛି ଗାଡିଚାଳକମାନଙ୍କ ପାଇଁ ଏକ ଖୁସି ଖବର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରୀ ହୋଇଛି ଡିଜିଲକର୍ ବା ଏମ୍ ପରିବହନ । ଯଦି ଆପଣ କୌଣସି ସ୍ଥାନକୁ ଯାତ୍ରା କରୁଛନ୍ତି ତେବେ ଗାଡି ଲାଇସେନ୍ସ୍ ନେବା ନିହାତି ଦରକାର । ଲାଇସେନ୍ସ ହଜିଗଲେ ବା ନେବା ପାଇଁ ଭୁଲି ଗଲେ ଆପଣଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ଏହି ସମସ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଡିଜିଲକର ବା ଏମ୍ ପରିବହନ ମୋବାଇଲ ଆପ୍ ପ୍ରସ୍ତୁତ କରି ସବୁ ରାଜ୍ୟରେ ଲାଗୁକରାଯିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ଆପଣଙ୍କୁ ଆଉ ସାଙ୍ଗରେ ଗାଡିର ରେଜିଷ୍ଟ୍ରେସନ୍ କାଗଜ ପତ୍ର ନେଇ ଯିବାକୁ ପଡିବ ନାହିଁ, କେବଳ ନିଜ ଫୋନ୍ ମାଧ୍ୟମରେ ହିଁ ସବୁ ସମସ୍ୟାର ସମାଧାନ ହୋଇପାରିବ ।
ଏଥି ନିମନ୍ତେ ଆପଣମାନେ ନିଜର ସମ୍ପୂର୍ଣ୍ଣ ତଥ୍ୟକୁ ପରିବହନ ମନ୍ତ୍ରାଳୟର ଡିଜିଲକର ଆପର ପ୍ଲାଟଫର୍ମରେ ଦେବା ପାଇଁ ପଡିବ, ଯଥା- ଆଧାର ନମ୍ବର, ଡ୍ରାଇଭିଙ୍ଗ ଲାଇସେନ୍ସ ନମ୍ବର, ରେଜିଷ୍ଟ୍ରେସନ୍ ଆକାଉଣ୍ଟ ଇତ୍ୟାଦି । ତେବେ ଏହି ଆପର ବ୍ୟବହାର ପାଇଁ କିଛିଟା ସ୍ୱତନ୍ତ୍ର ପ୍ରଣାଳୀ ରହିଛି । ଯେପରିକି
୧- ପ୍ରଥମେ ଆପଣ digilocker.gov.in ୱେବ୍ ସାଇଟକୁ ଯାଇ ଆପ ଡାଉନଲୋଡ୍ କରିବେ । ଏହାପରେ ସେଥିରେ ନିଜର ଏକ ଆକାଉଣ୍ଟ ଖୋଲିବେ ।
୨- ଆପରେ ଆପଣ ନିଜ ବ୍ୟବହୃତ ଫୋନ୍ ନମ୍ବର ଦେଇ ଓଟିପି ମାଧ୍ୟମରେ ଠିକ୍ ଭାବେ ପ୍ରମାଣିତ କରିପାରିିବେ ।
୩- ଏଥିରେ ଆପଣଙ୍କ ନାମ ଓ ପାସୱାର୍ଡ ଦେବାକୁ ଭୁଲିବେ ନାହିଁ । ଆକାଉଣ୍ଟ ଖୋଲିଯିବା ପରେ ଏଥିରେ ମାଗୁଥିବା ତଥ୍ୟ ଯଥା ନିଜ କାଗଜ ପତ୍ରକୁ ଅପଲୋଡ କରିପାରିବେ ।

Comments are closed.