ଭିସୁଟ ମାମଲା: କିଟ୍ ଖରାପ ଯୋଗୁଁ ଆସିଥିଲା ପଜିଟିଭ୍

ବୁର୍ଲା, ୨ା୩: ବୁର୍ଲା ଭିସୁଟରେ କିଛି ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହେବା ପ୍ରସଙ୍ଗରେ ଆସିଛି ନୂଆ ତଥ୍ୟ । ଭିସୁଟରେ କୌଣସି ଛାତ୍ରଛାତ୍ରୀ ପଜିଟିଭ୍ ଆସିନଥିବା କହିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ସେ ସ୍ପଷ୍ଟୀକରଣ କରି କହିଛନ୍ତି ଯେ, ‘ଆଣ୍ଡିଜେନ୍ କିଟ୍ ଖରାପ ଯୋଗୁଁ ଏକାଧିକ ରିପୋର୍ଟ ପଜିଟିଭ୍ ବାହାରିଥିଲା । ପଛରେ ଆରଟି-ପିସିଆର ଟେଷ୍ଟ କରିବାକୁ କେହି ପଜିଟିଭ୍ ପଥିବା ଜଣାପଡିଲା । କେହି ପଜିଟିଭ୍ ଆସିନାହାନ୍ତି ।’

ତେବେ ବୁର୍ଲା ଭିସୁଟରେ ଆଣ୍ଟିଜେନ ଟେଷ୍ଟ ପରେ ୨୫ ଛାତ୍ରଛାତ୍ରୀଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା । ହଷ୍ଟେଲରେ ପଜିଟିଭ ଚିହ୍ନଟ ପରେ ଆଖପାଖ ଅଞ୍ଚଳ ବନ୍ଦ ରହିଥିଲା । ଏପରିକି ଭିସୁଟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା ।

Comments are closed.