ଲିଭ୍-ଇନରେ ଦୁହିଁଙ୍କ ସହମତିରେ ସେକ୍ସ କରିବା ଦୁଷ୍କର୍ମ ନୁହେଁ: ସୁପ୍ରମକୋର୍ଟ

ନୂଆଦିଲ୍ଲୀ: ପ୍ରେମୀ ଯୁଗଳ ଦୀର୍ଘ ଦିନ ଧରି ଲିଭ୍-ଇନରେ ରହିବା ବା ସହମତିରେ ରଖିଥିବା ସମ୍ପର୍କକୁ ଦୁଷ୍କର୍ମ କୁହାଯିବ ନାହିଁ । ଗତ ସୋମବାର ସୁପ୍ରିକୋର୍ଟ ଏକ ମାମଲାର ଶୁଣାଣି କର ଏଭଳି ରାୟ ଦେଇଛନ୍ତି । ଦୁହିଁଙ୍କ ସହମତିରେ ରଖାଯାଇଥିବା ସେକ୍ସ ସମ୍ପର୍କକୁ ଦୁଷ୍କର୍ମ କୁହାଯିବ ନାହିଁ । କିନ୍ତୁ ପୁରୁଷ ଜଣଙ୍କ ମହିଳାଙ୍କୁ ବିବାହ କରିବାକୁ କଥା ଦେଇ ନରଖିପାରିଲେ ତାହା ଭୁଲ୍ ବିବେଚିତ ହେବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି ।

କୋର୍ଟ ପକ୍ଷରୁ କୁହାଯାଇଛି ଯେ – ‘ବିବାହ ନେଇ ମିଥ୍ୟା ପ୍ରତିଶ୍ରୁତି ଦେବା ଭୁଲ୍ । ସେହିଭଳି ଜଣେ ମହିଳା ବିବାହ ନେଇ ପ୍ରତିଶ୍ରୁତି ଦେବା ପରେ ଛାଡ଼ି ପଳାଇବା ଅନୁଚିତ୍ । ତା’ମାନେ ନୁହେଁ ଯେ ଏକାଠି ରହୁଥିବା ବେଳେ ସହମତିରେ ରଖାଯାଇଥିବା ଶାରିରୀକ ସମ୍ପର୍କକୁ ଦୁଷ୍କର୍ମ କୁହାଯିବ ।’ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍.ଏ ବୋବଡେ ଓ ଜଷ୍ଟିସ୍ ବୋପାନ୍ନା ଏବଂ ରାମସୁବ୍ରମଣିଆନଙ୍କ ଖଣ୍ଡପୀଠ ଏଭଳି ରାୟ ଦେଇଛନ୍ତି ।

ମିଳିଥିବା ସୂଚନା ମୁତାବକ, କଲ୍ ସେଣ୍ଟରରେ କାମ କରୁଥିବା ଯୁବକ, ଯୁବତୀ ୫ ବର୍ଷ ଧରି ଲିଭ୍-ଇନ ରିଲେସନସିପରେ ରହୁଥିଲେ । ପରେ ଯୁବକ ଜଣଙ୍କ ଆଉ ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ଏହାକୁ ନେଇ ପ୍ରେମିକା ତାଙ୍କ ଉପରେ ଦୁଷ୍କର୍ମର ଅଭିଯୋଗ କରିଥିଲେ । ଯୁବକ ଜଣଙ୍କ ବାହାଘରର ମିଥ୍ୟା ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରିରୀକ ସମ୍ପର୍କ ରଖିଥିବା ପ୍ରେମିକା ଅଭିଯୋଗ କରିଥିଲେ । ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଲିଭ୍-ଇନରେ ସହମତିରେ ରଖାଯାଇଥିବା ସମ୍ପର୍କ ଦୁଷ୍କର୍ମ ନୁହେଁ ବୋଲି କହିଛନ୍ତି ।

Comments are closed.