ଦୁର୍ଘଟଣା ଗ୍ରସ୍ତ କାରରେ ପ୍ରେସ ଲେଖି ଗଂଜେଇ ଚୋରା ଚାଲାଣ ହେଉଥିବା ଅଭିଯୋଗ

ବଲାଙ୍ଗୀର, ସୋମ୍ୟରଞ୍ଜନ ପୁରୋହିତ ଏବଂ ସୁଜାତା ମିଶ୍ର : ଗତକାଲି ବଲାଙ୍ଗିର-ଟିଟିଲାଗଡ ରାସ୍ତାର ଦେଓଗାଁ ବଙ୍ଗଳା ଛକ ନିକଟରେ ବଲାଙ୍ଗିର ପଟୁ ଆସୁଥିବା ଟାଟା ଏ.ସି ଏବଂ ତୁଷୁରା ପଟୁ ଆସୁଥିବା କାର ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ଟାଟା ଏ.ସି ଗାଡିର ଡ୍ରାଇଭର ଏବଂ ହେଲପର ଗୁରୁତର ଆହତ ହୋଇଥିଲେ । ଦୁଇଜଣଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅନ୍ୟପଟେ କାରର ଡ୍ରାଇଭର ଓ ଅନ୍ୟମାନେ ଫେରାର ମାରିଥିଲେ । ପୋଲିସ ସନ୍ଦେହ କରି କାରର ଡିକିକୁ ଯାଚଂ କରିବାରୁ ସେଥିରୁ ପ୍ରାୟ ଏକ କ୍ୱିଣ୍ଟାଲ ଗଂଜେଇ ବାହାରିଥିବା ଚର୍ଚ୍ଚା ହେଉଛି । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ କାରରେ ପ୍ରେସ ଲେଖି ଗଂଜେଇ କାରବାର କରାଯାଉଥିବା ଅନୂମାନ କରାଯାଉଛି । କାରଟି କାହାର ଓ କିଏ ଗଂଜେଇ ଚାଲାଣ କରୁଥିଲା ତାହା ବର୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ । ଦେଓଗାଁ ପୋଲିସ ଖୋଲତାଡ ଜାରୀ ରଖିଥିବା ବେଲେ ଏ ସଂର୍ପକରେ କୌଣସି ସୂଚନା ଦେବାକୁ ମନା କରିଦେଇଛି ।

Comments are closed.