ପଞ୍ଚମ ଦିନରେ ଚାଷୀ ଆନ୍ଦୋଳନ, ପ୍ରଶାସନର ଶବଦାହ କରି କଲେ ଅଭିନବ ପ୍ରତିବାଦ

ସୁବର୍ଣ୍ଣପୁର, କଲ୍ଯାଣ ନାଏକ : ତରଭା ଆଂଚଳିକ ଚାଷୀ ଆନ୍ଦୋଳନ ଗତକାଲି ପଚଂମ ଦିନରେ ପହଞ୍ଚିଥିଲା। ଚାଷୀଙ୍କ ଦାବି ମୁତାବକ ଚାଷୀ ତାର ସମସ୍ତ ଧାନ ସରକାର ନକିଣିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଧମକ ଦେଇଛନ୍ତି । ଅପରପକ୍ଷେ ଚାଷୀମାନେ ଅପାରଗ ସରକାର, ସ୍ଥାଣୁ ପ୍ରଶାସନ ର ପ୍ରତିବାଦ ସ୍ବରୂପ ହିନ୍ଦୁରୀତିନୀତି ହିସାବରେ ଅନ୍ଧ ପ୍ରଶାସନର ଏକ ପ୍ରତିକାତ୍ମକ ଶବ ଶୋଭାଯାତ୍ରା ବାହାରକରିଥିଲେ । ଶୋଭାଯାତ୍ରା ସମୟରେ ଖଇ କଉଡି ଫିଙ୍ଗିବା ଆଦି ରିତି ସ୍ଥାନ ପାଇଥିବା ବେଳେ ମହିଳା ବେଶରେ ଦୁଇଜଣ ଶବ କୁ ଧରି ପ୍ରଶାସନ ର ଅପାରଗତା ନେଇ ବାହୁନି ବାହୁନି କାନ୍ଦିବା ଦର୍ଶକ ମାନଙ୍କୁ ବେଶ ଉତ୍ସାହିତ କରିଥିଲା । ଧାରଣାଟି ବ୍ଳକ ସମ୍ମୁଖରୁ ବାହାରି ତରଭା ସହର ପରିକ୍ରମା କରି ଧାରଣା ସ୍ଥଳକୁ ଫେରିଥିଲା । ସେଠାରେ ପୂର୍ବ ପ୍ରସ୍ତୁତ ଜୁଇରେ ସାତଫେରା ପରେ ମୁଖାଗ୍ନି ଦେଇ ଶବ ଦାହ କରାଯାଇଥିଲା। ପରିଶେଷରେ ଖବର ପାଇ ସି ଏସ ଓ ବିବେକାନନ୍ଦ କେରକେରା ,ବିଡିଓ ନିହାର ରଂଜନ କହଁର, ତହସିଲଦାର ସୌଭାଗ୍ଯ ରଞ୍ଜନ ପଣ୍ଡା ପ୍ରମୁଖ ଧାରଣ ସ୍ଥଳ କୁ ଆସି ଚାଷୀଙ୍କ ସହ ଆଲୋଚନା କରିଥିଲେ । ସି ଏସ ଓ ଶ୍ରୀ କେରକେରା ଚାଷୀଙ୍କ ଅଭିଯୋଗ ଶୁଣିବା ସହ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖି ଚାଷୀଙ୍କ ଦାବି ମୁତାବକ ସମସ୍ତ ଆନ୍ଦୋଳନକାରିଙ୍କ ଧାନ କିଣାଯିବା ପ୍ରତିଶୃତି ଦେଇଥିଲେ ହେଲେ ଚାଷୀମାନେ ଧାନ ଏଠାରୁ ନ ଉଠିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ନିଷ୍ପତ୍ତି ନେଇଥିଲେ । ଆନ୍ଦୋଳନରେ ସ୍ଥାନିୟ ଚାଷୀ ମିତ୍ରବ୍ରତ ମିଶ୍ର ,ପୁରନ୍ଦର ମିଶ୍ର ,ପବିତ୍ର ମିଶ୍ର, ପୁରନ୍ଦର ବାଗ, ପରମାନନ୍ଦ ମିଶ୍ର ଙ୍କ ସହ ସୁବର୍ଣ୍ଣପୁର ଜିଲ୍ଲା କୃଷକସଂଘ ସଭାପତି ରାଜେନ୍ଦ୍ର ପ୍ରସାଦ ନାଏକ ପ୍ରମୁଖ ଯୋଗଦେଇଥିଲେ ।

Comments are closed.