ଏବେ ହ୍ୱାଟ୍ସଆପ ମାଧ୍ୟମରେ କମାଇପାରିବେ ୩୪ଲକ୍ଷ ଟଙ୍କା

ଆଶ୍ଚର୍ଯ୍ୟ ଲାଗିଲେବି ସତ । ଏବେ ହ୍ୱାଟ୍ସଆପ କରାଇବ ଆପଣଙ୍କୁ ଲକ୍ଷପତି । ତଥ୍ୟର ଆଦାନ ପ୍ରଦାନ ହେଉ କି ମନରୋଞ୍ଜନ ପାଇଁ ସମସ୍ତେ ବ୍ୟବହାର କରନ୍ତି ହ୍ୱାଟ୍ସଆପ୍କୁ । ପରନ୍ତୁ କେତେକ ଖଳ ପ୍ରକୃତିର ଲୋକ ଏହାର ଅପବ୍ୟବହାର କରି ଲୋକପ୍ରିୟତା ହାସଲ କରିବା ପାଇଁ ଚାହାନ୍ତି । ବିଭିନ୍ନ ପ୍ରକାରର ଫେକ୍ ନିୟୁଜ ମାଧ୍ୟମରେ ଲୋକଙ୍କୁ ବୋକା ବନେଇବା ସହ ଧନଜୀବନ ନଷ୍ଟ କରିବାରେ ମଧ୍ୟ ପ୍ରୋତ୍ସାହନ ଦେଉଛି । ଯେପରି ନିକଟରେ ପିଲାଚୋରୀକୁ ନେଇ ବନେଇଥିବା ଫେକ୍ ନିୟୁଜରେ ପ୍ରଭାବିତ ହୋଇ ଲୋକମାନେ ୨୮ ଜଣ ନିରୀହ ଲୋକଙ୍କ ଜୀବନ ନଷ୍ଟ କରିଦେଇଥିଲେ । ଏହି ସମସ୍ୟାର ସମାଧାନ ପାଇଁ ହ୍ୱାଟ୍ସଆପ୍ ଆଣିଛି ଏକ ନୂଆ ଫର୍ମୂଲା । ଏହା ମାଧ୍ୟମରେ ଯେଉଁ ଲୋକ ଫେକ୍ ନିୟୁଜ୍ ବନାଉଥିବା ଲୋକଙ୍କୁ ଧରାଇଦେବ, ତାଙ୍କୁ ହ୍ୱାଟ୍ସଆପ ତରଫରୁ ୩୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ମିଳିବ । ଏହାଦ୍ୱାରା ଲୋକମାନଙ୍କ ମନରେ ଫେକ୍ ନ୍ୟୁଜ ବନାଇବା ପୂର୍ବରୁ ଧରାପଡ଼ିବାର ଭୟ ଜାଗ୍ରତ ହେବ ଓ ଅନ୍ୟ ଲୋକମାନେ ହ୍ୱାଟ୍ସଆପ ମାଧ୍ୟମରେ ଲକ୍ଷପତି ହେବାର ସୌଭାଗ୍ୟ ପାଇପାରିବେ ।

Comments are closed.