ଟ୍ୱିଟ ଦ୍ୱାରା ୨୬ଜଣ ଝିଅଙ୍କ ଜୀବନ ବଞ୍ଚାଇଲେ ଶ୍ରୀବାସ୍ତବ

ସୋସିଆଲ ମିଡିଆ ଦ୍ୱାରା ଯେ କେବଳ ଖରାପ ନ୍ୟୁଜ୍ ଆସିଥାଏ ତାହା ଭାବିବା ଭୁଲ୍ । ଏହାଦ୍ୱାରା କେତେକଙ୍କ ଜୀବନ ମଧ୍ୟ ଫେରିପାଆନ୍ତି । ଏହିପରି ଏକ ଘଟଣା ଘଟିଛି ମୁଜାଫରପୁର-ବନ୍ଦ୍ରା ଅଭଦା ଏକ୍ସପ୍ରେସରେ, ଯେଉଁଠି ଟ୍ୱିଟକୁ ବ୍ୟବହାର କରି ୨୬ ଜଣ ନାବାଳିକାଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତିି ଆଦର୍ଶ ଶ୍ରୀବାସ୍ତବ । ସୂଚନା ଅନୁସାରେ, ଜୁଲାଇ ୫ ତାରିଖ ଦିନ ଶ୍ରୀବାସ୍ତବ ଅଭଦା ଏକ୍ସପ୍ରେସ ଟ୍ରେନ୍ ଯୋଗେ ଯାତ୍ରା କରୁଥିବା ସମୟରେ ତାଙ୍କ ନିଜ S5 ବଗିରେ ୨୬ ଜଣ ନାବାଳିକାଙ୍କୁ କାନ୍ଦୁଥିବା ଅବସ୍ଥାରେ ଦେଖିବାକୁ ପାଇଲେ । ଏନେଇ ତାଙ୍କ ମନରେ ସନ୍ଦେହ ସୃଷ୍ଟି ହେବାରୁ ଘଟଣାର ସମ୍ପୂର୍ଣ୍ଣ ତଥ୍ୟକୁ ବିଭିନ୍ନ ପୋଲିସ ଷ୍ଟେସନ, ମୋଦି ସରକାର ଆଦିଙ୍କୁ ଟ୍ୱିଟ କରିଥିଲେ । ଖବର ପାଇ ବାରାଣାସୀ ଓ ଲଖନଉ ପୋଲିସ ପରବର୍ତ୍ତୀ ଷ୍ଟେସନରେ ଟ୍ରେନ୍ ଅଟକାଇ ୨୬ ଜଣ ନାବାଳିକା ଝିଅଙ୍କୁ ଉଦ୍ଧାର କରିବା ସହିତ ସାଙ୍ଗରେ ଥିବା ଦୁଇ ଅପରାଧୀଙ୍କୁ ଗିରଫ କରିଛି । ଶ୍ରୀବାସ୍ତଙ୍କ ଏପରି ସାହସିକତା କାମ ପାଇଁ ଦେଶବାସୀ ଗର୍ବ ଅନୁଭବ କରୁଛନ୍ତି ।

Comments are closed.