ଆଜି ବିଶ୍ୱ ଜନସଂଖ୍ୟା ଦିବସ: ସଙ୍କଟରେ ଭାରତ

୧୯୯୦ ମସିହାରୁ ଜାତିସଂଘର ଅନୁମୋଦନ କ୍ରମେ ପ୍ରତିବର୍ଷ ଜୁଲାଇ ୧୧ ତାରିଖକୁ ବିଶ୍ୱ ଜନସଂଖ୍ୟା ଦିବସ ରୂପେ ପାଳନ କରାଯାଉଛି । ଏହି ଦିବସର ମୁଖ୍ୟ ଲକ୍ଷ୍ୟ ହେଉଛି ପରିବାର ନିୟୋଜନ, ଲିଙ୍ଗଗତ ସାମ୍ୟତା,ଦାରିଦ୍ରତା, ମାନବିକ ଅଧିକାର, ମାତୃ ସ୍ୱାସ୍ଥ୍ୟ ଆଦି ବିଷୟରେ ଜନସଚେତନତା ସୃଷ୍ଟି କରିବା । ପରନ୍ତୁ ଏହାକୁ ଦୃଷ୍ଟିରେ ରଖି ଏବେ ସଙ୍କଟରେ ଭାରତ । କାରଣ ବିଶ୍ୱର ଜନସଂଖ୍ୟା ୭୬୩ କୋଟି ଥିବା ବେଳେ ସେଥିରୁ ଭାରତର ଜନସଂଖ୍ୟା ୧୩୫ କୋଟି ରହିଛି । ଭାରତରେ ପ୍ରତି ମିନିଟରେ ୨୫ଟି ଛୁଆ ଜନ୍ମ ନେଉଥିବାର ସୁଚନା ମିଳିଛି, ଯାହା ଫଳରେ ୨୦୩୦ ମସିହା ବେଳକୁ ଜନସଂଖ୍ୟାରେ ଚୀନ୍ କୁ ଟପିବ ଭାରତ । ଏନେଇ ଭବିଷ୍ୟତରେ ଜନସଂଖ୍ୟାକୁ ନେଇ ବିଭିନ୍ନ ପ୍ରକାର ସଙ୍କଟରେ ପଡିପାରେ ଭାରତ ।

Comments are closed.