ମଣିପୁରରେ ଭୂସ୍ଖଳନର ପ୍ରଭାବରେ ୯ ମୃତ, ଅନେକ ଆହତ

ବର୍ଷାର ପରିମାଣ ଅତ୍ୟଧିକ ଥିବାରୁ ମଣିପୁର ତାମେଙ୍ଗଲଙ୍ଗ୍ ଜିଲ୍ଲାରେ ଭୁସ୍ଖଳନ ଦେଖିବାକୁ ମିଳିଛି । ଏଭଳି ଅଭାବନୀୟ ଘଟଣାରେ ମାଟିତଳେ ପୋତି ହୋଇ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେଥିରୁ ୭ଜଣ ଶିଶୁ ଥିବାର ଜଣାପଡିଛି । ଏହାକୁ ବାଦ୍ ଦେଇ ଅନେକ ଆହତ ହୋଇଛନ୍ତି, ଯାହାଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏନେଇ ସେଠାକାର ମୁଖ୍ୟମନ୍ତ୍ରୀ ଏନ୍.ବିରେନ୍ ସିଂ ଟ୍ୱିଟ୍ ମାଧ୍ୟମରେ ଲୋକମାନଙ୍କୁ ଆଶ୍ୱାସନା ଦେବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇବା ପାଇଁ ପ୍ରତିଶୃତି ଦେଇଛନ୍ତି ।

Comments are closed.