ବିଦେଶୀ ମହିଳାଙ୍କ ଗୁପ୍ତାଙ୍ଗରୁ ଜବତ ୪୫ ଲକ୍ଷ ଟଙ୍କାର ସୁନା ବିସ୍କୁଟ୍

ଚୋରା କାରବାର କରିବା ପାଇଁ ଏବେ ମାଫିଆମାନେ ମହିଳାମାନଙ୍କୁ ଅଧିକ କ୍ଷେତ୍ରରେ ବ୍ୟବହାର କରୁଛନ୍ତି । ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ମୁମ୍ବାଇ ବିମାନ ବନ୍ଦରରେ, ଯେଉଁଠି ସୀମା ଶୁଳ୍କ କର୍ତ୍ତୃପକ୍ଷମାନେ ୪ ଜଣଙ୍କଠାରୁ ୧କୋଟି ୮୦ ଲକ୍ଷ ଟଙ୍କା ମୂଲ୍ୟର ୬ କେଜି ୪ଶହ ଗ୍ରାମ ସୁନା ଜବତ କରିଛନ୍ତି । ସବୁଠୁ ଆଶ୍ଚର୍ଯ୍ୟକର ଘଟଣା ଏହି କି ୪ ଜଣଙ୍କ ମଧ୍ୟରୁ ଦୁଇ ଜଣ ବିଦେଶୀ ମହିଳା ଓ ଏମାନଙ୍କ ଗୁପ୍ତାଙ୍ଗରୁ ଜବତ ହୋଇଛି ପ୍ରାୟ ୪୫ ଲକ୍ଷ ଟଙ୍କାର ସୁନା ବିସ୍କୁଟ । ବିମାନବନ୍ଦର ଗେଟ ଦେଇ ଯାଉଥିବା ସମୟରେ ମେଟାଲ ଡିକ୍ଟେଟର ଦ୍ୱାରା ଘଟଣାର ପର୍ଦ୍ଦାଫାଶ ହୋଇଥିଲା । ପରେ ମୁମ୍ବାଇ ପୋଲିସଙ୍କ ଦ୍ୱାରା ବିଦେଶିନୀ ଗିରଫ ହୋଇଥିଲେ ବି ପରେ ଜାମିନରେ ଖସି ଆସିଛନ୍ତି ।

Comments are closed.