୧୬୦୦ ଗ୍ରାମ ଗଂଜେଇ ଜବତ ଜଣେ ଗିରଫ
ଖୋର୍ଦ୍ଧା (ରାକେଶ କୁମାର ଜଗଦେବ) : ଟାଙ୍ଗୀ ଅବକାରୀ ବିଭାଗର କମାଗୁରୁ ଗ୍ରାମରେ ଚଢାଉ ୧୬୦୦ ଗ୍ରାମ୍ ଗଂଜେଇ ଜବତ ଜଣେ ଗିରଫ | ଗିରଫ ଅଭିଯୁକ୍ତର ନାମ କୃଷ୍ଣଚନ୍ଦ୍ର ମଙ୍ଗରାଜ | ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୧୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି | ଗିରଫ ଅଭିଯୁକ୍ତ କ୍ରୁଷ୍ଟଚନ୍ଦ୍ର ମଙ୍ଗରାଜ ଗାଁ ଗାଁ ବୁଲି ଗଂଜେଇ ବିକ୍ରି କରି ଆସୁଥିଲା ,ଏ ନେଇ ଗାଁ ଲୋକେ ଟାଙ୍ଗୀ ଅବକାରୀ ବିଭାଗ ନିକଟରେ ଅଭିଯୋଗ କରିଥିଲେ | ଅଭିଯୋଗ ପରେ ଅବକାରୀ ଇନସପେକ୍ଟର ଆଲୋକ କୁମାର ପ୍ରଧାନଙ୍କ ନେତୃତ୍ୱରେ ଚଢାଊ ହୋଇଥିଲା | ଅବକାରୀ ଟିମ୍ କୁ ଦେଖି କୃଷ୍ଣଚନ୍ଦ୍ର ଖସି ପଳାଉଥିବା ବେଳେ ତାକୁ ତା ଘର ନିକଟରୁ କାବୁ କରିଥିଲେ ଅବକାରୀ ବିଭାଗର କର୍ମଚାରୀ ମାନେ | ଗିରଫ କ୍ରୁଷ୍ଟଚନ୍ଦ୍ରକୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି |
Comments are closed.