ଶିଶୁ ନିର୍ଯାତନା,ଶିଶୁ ଅଧିକାର ଓ ଯୌନ ନିର୍ଯାତନା ସମ୍ପର୍କରେ ସଚେତନତା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲେଶ୍ୱର (ଲଷ୍ମୀଧର ପ୍ରଧାନ) – ଶିଶୁ ଯୌନ ନିର୍ଯାତନା,ଶିଶୁ ଅଧିକାର ଓ ସୁରକ୍ଷା ସମ୍ପର୍କରେ ସଚେତନତା ତାଲିମ କାର୍ଯ୍ୟକ୍ରମ ମଙ୍ଗଳବାର ବାଲିଆପାଳ ବ୍ଲକ ସଭା ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଶ୍ବାସ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମ୍ପାଦକ ସମାଜସେବୀ ଅଜୟ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ତାଲିମ କାର୍ଯ୍ୟକ୍ରମକୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ଶୁଭାଶିଷ ଦାସ ଉଦଘାଟନ କରି ନିଜ ବକ୍ତବ୍ୟରେ କହିଥିଲେ ଯେ ଆଜିର ସମାଜରେ ପ୍ରତିଦିନ କୋମଳମତି ଶିଶୁଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ସହିତ ଅନ୍ୟାନ୍ୟ ଶାରୀରିକ ନିର୍ଯ୍ୟାତନାକୁ କିପରି ରୋକାଯାଇ ପାରିବ ଏବଂ ପରିବାର ହେଉକି ସମାଜରୁ ଏପରି ସାମାଜିକ ବ୍ୟାଧିକୁ ସମୂଳେ ନିପାତ କରାଯାଇ ପାରିବ ଏ ଦିଗରେ ସବୁ ସ୍ତରରେ ଉଦ୍ୟମ ହେବା ଦରକାର ବୋଲି ବିଭିନ୍ନ ଦୃଷ୍ଟନ୍ତ ମୂଳକ ଭାବରେ ଉପସ୍ଥାପନ କରିଥିଲେ।
ପିକକ, ୱାଲଡ଼ ଭିଜନ ତରଫରୁ ଶିଶୁ ଯୌନ ନିର୍ଯାତନା ଶିଶୁ ଅଧିକାର ଓ ଶିଶୁ ସୁରକ୍ଷା ଉପରେ ଅନୁଷ୍ଠିତ ସଚେତନତା କର୍ମଶାଳାରେ ମେ ଆଇ ହେଲ୍ପ ୟୁର ସମ୍ପାଦକ ଉବାଚକ ମହାନ୍ତି ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଶିଶୁ ଅଧିକାର ବିଷୟରେ ପିଲାଙ୍କ ସହିତ ପରିବାର ଲୋକମାନେ ଅବଗତ ହେବା ଦରକାର।
ଏ ଦିଗରେ ବ୍ୟାପକ ଜନ ଆନ୍ଦୋଳନର ଆବଶ୍ୟକତା ରହିଛି।କେବଳ ସରକାର କି ସ୍ବେଛାସେବୀ ଅନୁଷ୍ଠାନ ଚାହିଁଲେ ହେବନି।ସମାଜର ପ୍ରତିଟି ମଣିଷ ଏ ଦିଗରେ ସଚେତ ହେଲେ ସମାଜରୁ ଏପରି ବ୍ୟାଧି ଦୁରୀଭୂତ ହୋଇପାରିବ।
ସମ୍ମାନୀତ ଅତିଥି ଭାନରେ ନମିତା ସାମଲ ଯୋଗଦେଇ କହିଥିଲେ ଯେ ଶିଶୁ ନିର୍ଯ୍ୟାତନା ଓ ଶିଶୁ ଅଧିକାର ବିଷୟରେ ସରକାରଙ୍କ ନିୟମକୁ କଡାକଡି ପାଳନ ହେଲେ ଲୋକ ମାନେ ନିଶ୍ଚିତ ଭାବରେ ସଚେତନ ହେବେ।
ଏହି ସଚେତନତା କାର୍ଯ୍ୟକ୍ରମରେ ଆଇସିଡିଏସର ସୁପର ଭାଇଜର ସୌଦାମିନୀ ପାତ୍ର,ଅରଶ୍ମିତା ଜେନା,ଶିକ୍ଷକ ତପନ ପାଠୀ,ବରିଷ୍ଠ ସାମ୍ବାଦିକ ଦିଲୀପ ଦାସ,ବ୍ଲକ ଜିପିଇଓ ରାମଚନ୍ଦ୍ର ମାରାଣ୍ଡି ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।ସଚେତନତା ତାଲିମ କାର୍ଯ୍ୟକ୍ରମରେ ବାଲିଆପାଳ ବ୍ଲକର ଅଙ୍ଗନୱାଡି କର୍ମୀ,ଆଶା,ଶିକ୍ଷକ,ସାମ୍ବାଦିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ।ବିଶ୍ବାସ ଅନୁଷ୍ଠାନର ସ୍ବେଛାସେବୀ କ୍ଷୀତିସ କୁମାର ଜେନା,ଉତ୍ତମ ପିଳା,ଜୟନ୍ତ ପରିଡା,ପ୍ରମୁଖ ପରିଚାଳନା କରିଥିଲେ।
Comments are closed.