ପ୍ରତ୍ୟେକ ଦିନ ଖାଆନ୍ତୁ ସବୁଜ ଚଣା, ମିଳିବ ଅନେକ ଫାଇଦା

ଶୀତଦିନେ ମିଳୁଥିବା ଜିନିଷ ଭିତରୁ ସବୁଜ ଚଣା ଅନ୍ୟତମ, ଯାହାକି ପ୍ରୋଟିନ୍‌, ଫାଇବର ଏବଂ ଆଇରନ୍‌ ଭଳି ମିନେରାଲ୍ସର ଭଣ୍ଡାର ହୋଇଥାଏ। ଏଥିପାଇଁ ଏହା ସ୍ୱାସ୍ଥ୍ୟ ଦୃଷ୍ଟିରୁ ବହୁତ ଲାଭଦାୟକ ହୋଇଥାଏ। ସବୁଜ ଚଣାକୁ ଛୋଲା ନାମରେ ବି ଜଣାଯାଇଥାଏ। ସାଧାରଣତଃ, ସବୁଜ ଚଣାର ତରକାରୀ କରି ଖିଆଯାଇଥାଏ। ଏହା ଖାଇବାରେ ବହୁତ ଟେଷ୍ଟି ଲାଗିଥାଏ।

ଏମିତିରେ ଆଜି ଆମେ ଆପଣଙ୍କୁ ସବୁଜ ଚଣା ଖାଇବାର କେତେକ ଚମତ୍କାରୀ ଲାଭ ବିଷୟରେ କହିବାକୁ ଯାଉଛୁ। ଏହାର ସେବନ ଦ୍ୱାରା ଆପଣଙ୍କ ଓଜନ ହ୍ରାସଠାରୁ ଆରମ୍ଭ କରି ରକ୍ତଚାପ ନିୟନ୍ତ୍ରଣରେ ରହିବାରେ ସାହାଯ୍ୟ ମିଳିଥାଏ। ଆସନ୍ତୁ ଜାଣିବା ସବୁଜ ଚଣା ଖାଇବାର ଫାଇଦା…

ଚାପ, ଅବସାଦରୁ ଦୂରେଇ ରଖେ:
ସବୁଜ ଚଣା ଭିଟାମିନ୍‌ ବି ୯ ଏବଂ ଫୋଲେଟ୍‌ ଭଳି ଗୁଣରେ ଭରପୂର ହୋଇଥାଏ। ଏଥିପାଇଁ ଏହାକୁ ସେବନ କରିବା ଦ୍ୱାରା ଆପଣ ମୁଡ୍‌ ସ୍ୱିଙ୍ଗ୍‌ସ, ଏଞ୍ଜାଇଟି ଏବଂ ଡିପ୍ରେସନ ଭଳି ସମସ୍ୟାରୁ ଦୂରେଇ ରୁହନ୍ତି। ଆପଣ ଚାହିଁଲେ, ଏହାର ତରକାରୀ କିମ୍ବା ଚାଟ୍‌ ପ୍ରସ୍ତୁତ କରି ଖାଇପାରିବେ।
ଓଜନ ହ୍ରାସ କରେ:
ସବୁଜ ଚଣା ଫାଇବର ଭଳି ଗୁଣର ପାଓ୍ଵରହାଉସ୍‌। ଫାଇବରରେ ଭରପୂର ଆହାର ଖାଇବା ଦ୍ୱାରା ଆପଣଙ୍କ ପେଟ ଲମ୍ବା ସମୟ ପର୍ଯ୍ୟନ୍ତ ଭରି ରହିଥିବାର ଅନୁଭବ ହୋଇଥାଏ, ଯେଉଁଥିରୁ ଆପଣଙ୍କୁ ଓଜନ ହ୍ରାସରେ ସାହାଯ୍ୟ ମିଳିଥାଏ।

ହୃଦୟକୁ ସୁସ୍ଥ ରଖେ:
ସବୁଜ ଚଣା ମ୍ୟାଗ୍ନେସିୟମ୍‌ ଓ ପୋଟାସିୟମ୍‌ ଭଳି ଗୁଣରେ ଭରପୂର ହୋଇଥାଏ। ଏହାଦ୍ୱାରା ଆପଣଙ୍କ ବ୍ଲଡ୍‌ ପ୍ରେସର କଣ୍ଟ୍ରୋଲରେ ରହିଥାଏ ଏବଂ ହୃଦୟ ସୁସ୍ଥ ରହିଥାଏ। ସବୁଜ ଚଣାରେ ପ୍ଲାଣ୍ଟ୍‌ ଷ୍ଟେରୋଲ ସିଟେଷ୍ଟେରୋଲ୍‌ ବି ମହଜୁଦ ଥାଏ, ଯେଉଁଥିରୁ ଶରୀରରେ କୋଲେଷ୍ଟ୍ରୋଲ ବୃଦ୍ଧିକୁ ରୋକିବାରେ ସାହାଯ୍ୟ ମିଳିଥାଏ।

କେଶକୁ ସୁସ୍ଥ ରଖେ:
ସବୁଜ ଚଣାରେ ପ୍ରୋଟିନ୍‌ର ଭଲ ମାତ୍ରା ରହିଥାଏ। ଏଥିପାଇଁ ଏହାକୁ ସେବନ କରିବା ଦ୍ୱାରା କେଶକୁ ଭିତରୁ ପୋଷଣ ପ୍ରାପ୍ତ ହୋଇଥାଏ, ଯଦ୍ଦ୍ଵାରା ଆପଣଙ୍କ କେଶ ଛିଣ୍ଡିବା, ଝଡ଼ିବା ଏବଂ ପତଳା ହେବାରୁ ରକ୍ଷା ପାଇଥାଏ। ସବୁଜ ଚଣାକୁ ଆପଣ ଅଙ୍କୁରିତ କରି ଖାଇ ପାରିବେ। ଏହାକୁ ଭିଜେଇ ଖାଇବା ବହୁତ ଲାଭଦାୟକ ହୋଇଥାଏ।

Comments are closed.