ସକାଳେ କେଉଁ ସମୟରେ ପିଇବେ ପାଣି ଜାଣିଛନ୍ତି କି, ଜାଣନ୍ତୁ

ଡାକ୍ତର ଆମ ଲାଇଫଷ୍ଟାଇଲ ଏବଂ ଶରୀରର ଆବଶ୍ୟକ ଆଧାରରେ ପ୍ରତିଦିନ ୮ ରୁ ୧୦ ଗ୍ଲାସ ପାଣି ପିଇବାକୁ ପରାମର୍ଶ ଦିଅନ୍ତି। ଆମ ମଧ୍ୟରୁ ଅଧିକାଂଶ ଲୋକ ଥଣ୍ଡା ପାଣି ପିଅନ୍ତି । କିନ୍ତୁ ଆୟୁର୍ବେଦ ପରାମର୍ଶ ଦିଏ ଯେ ଆମକୁ ଗରମ ପାଣି ପିଇବା ଉଚିତ। ଏକ୍ସପର୍ଟ ବିଶେଷ ରୂପେ ସକାଳୁ ଗରମ ପାଣି ପିଇବାକୁ ପରାମର୍ଶ ଦିଅନ୍ତି। କାହିଁକିନା ଏହା ଶରୀରକୁ ଭିତରୁ ଠିକ ରଖିଥାଏ । ମେଟାବଲିଜମ ବୁଷ୍ଟ କରିବା ସହ ପାଚନ ଶକ୍ତିକୁ ବଢ଼ାଇଥାଏ।

ଆପଣ ପ୍ରାୟତଃ ଅନେକ ଲୋକଙ୍କୁ ଦେଖିଥିବେ ଯେ ସକାଳୁ ଉଠି ବ୍ରଶ୍‌ ନକରି ପାଣି ପିଅନ୍ତି ଏବଂ ଆଉ କିଛି ଲୋକ ବ୍ରଶ୍‌ କରିବା ପରେ ପାଣି ପିଅନ୍ତି। ଏମିତିରେ ମନରେ ଗୋଟେ ପ୍ରଶ୍ନ ଉଠିଥାଏ ଯେ ବ୍ରଶ୍‌ କରିବା ପୂର୍ବରୁ ପାଣି ପିଇବା ଫାଇଦାପୂର୍ଣ୍ଣ ହୋଇଥାଏ ନା ବ୍ରଶ୍‌ କରିବା ପରେ? ଆସନ୍ତୁ ଜାଣିବା । ଏକ୍ସପର୍ଟ ଅନୁଯାୟୀ ସକାଳୁ ବିନା ବ୍ରଶ କରି ପାଣି ପିଇବା ଲାଭଦାୟକ ବୋଲି କୁହାଯାଏ । ଏମିତି କରିବା ଦ୍ୱାରା ପାଚନ ଶକ୍ତି ମଜବୁତ ହୋଇଥାଏ, ଯେଉଁ କାରଣରୁ ଆପଣ ଦିନସାରା ଯାହା ବି କିଛି ଖାଦ୍ୟ ଖାଇବେ ତାହା ସବୁକିଛି ସହଜରେ ହଜମ ହୋଇଥାଏ। ଏହାବ୍ୟତୀତ ବିନା ବ୍ରଶ କରି ବି ପାଣି ପିଇବା ଦ୍ୱାରା ଶରୀରରେ ଅନେକ ପ୍ରକାର ରୋଗ ଦୂର ହୋଇଥାଏ।

ସକାଳୁ ଖାଲି ପେଟରେ ପାଣି ପିଇବାର ଫାଇଦା

ସକାଳୁ ଖାଲି ପେଟରେ ପାଣି ପିଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ ଏବଂ ଆପଣ ସାରା ଦିନ ହାଇଡ୍ରେଟେଡ ରୁହନ୍ତି। ଏହାବ୍ୟତୀତ ପେଟ ସହ ଜଡିତ ସମସ୍ୟା ମଧ୍ୟ ହୋଇନଥାଏ ଏବଂ ଆପଣଙ୍କ ସ୍କିନ୍‌ ମଧ୍ୟ ହେଲଦି ରହିଥାଏ ।

ବିନା ବ୍ରଶ କରି ପାଣି ପିଇବା ଦ୍ୱାରା ଇମ୍ୟୁନିଟୀ ମଧ୍ୟ ବୁଷ୍ଟ ହୋଇଥାଏ । ଯଦି ଆପଣ ସବୁବେଳେ ଥଣ୍ଡା, କାଶ ଏବଂ ଜ୍ୱରରେ ପୀଡିତ ରହୁଛନ୍ତି ତାହେଲେ ପ୍ରତିଦିନ ସକାଳୁ ବିନା ବ୍ରଶ କରି ପାଣି ପିଅନ୍ତୁ।

ଲମ୍ବା, ଘନ ବକେଶ ଏବଂ ଗ୍ଲୋଇଙ୍ଗ୍‌ ତ୍ୱଚା ପାଇଁ ମଧ୍ୟ ସକାଳୁ ବିନା ବ୍ରଶରେ ପାଣି ପିଇବା ଏକଦମ୍‌ ବେଷ୍ଟ ରହିବ । ଏହାବ୍ୟତୀତ କବ୍ଜ, ମୁହଁରେ ଛାଲି, ଖଟ୍ଟା ଢ଼କାର ସମସ୍ୟା ମଧ୍ୟ ଏହାଦ୍ୱାରା ଦୂର ହୋଇଥାଏ ।

ଯେଉଁ ଲୋକଙ୍କ ମୁହଁରୁ ଦୁର୍ଗନ୍ଧ ଆସିଥାଏ ସେମାନଙ୍କୁ ସକାଳୁ ଉଠି ଏକ ଗ୍ଲାସ ଉଷୁମ ପାଣି ପିଇବା ଉଚିତ । ସଲାଇଭା ଅଭାବ କାରଣରୁ ଆମ ପାଟି ସୁଖିଯାଇଥାଏ ଏବଂ ବ୍ୟାକ୍ଟେରିୟା ଉତ୍ପନ୍ନ ହୋଇଥାଏ । ଯେଉଁ କାରଣର ପାଟିରୁ ଦୁର୍ଗନ୍ଧ ଆସିବାକୁ ଲାଗିଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ସକାଳୁ ଉଠି ଏକ ଗ୍ଲାସ ଉଷୁମ ପାଣି ପିଅନ୍ତୁ

Comments are closed.