ପ୍ରଧାନମନ୍ତ୍ରୀଙ୍କ ଜ୍ୟାକେଟକୁ ନେଇ ଚର୍ଚ୍ଚା , ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ବଜେଟ୍‌ ଅବସରରେ ରାଷ୍ଟ୍ରପତି ଦେଇଥିବା ଅଭିଭାଷଣ ଉପରେ ଆଜି ଲୋକସଭାରେ ଧନ୍ୟବାଦ ପ୍ରସ୍ତାବ ଆଗତ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ଗୋଟାଏ ବିଶେଷ ଧରଣର ନୀଳ ଜ୍ୟାକେଟ୍‌ ପିନ୍ଧି ଆସିଛନ୍ତି।

ସୋମବାର ଦିନ ବେଙ୍ଗାଲୁରୁରେ ‘ଇଣ୍ଡିଆ ଏନର୍ଜି ଉଇକ୍‌’ ପାଳନ ଅବସରରେ ‘ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌’ ଉକ୍ତ ଜ୍ୟାକେଟ୍‌ଟିକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ଦେଇଥିଲେ। ନୀଳ ଦିଶୁଥିବା ଉକ୍ତ ଜ୍ୟାକେଟ୍‌ଟି ‘ରିସାଇକ୍ଲଡ୍‌ ‘ପିଇଟି’ ବା ‘ପ୍ଲାଷ୍ଟିକ୍‌ ବୋତଲ’ରେ ତିଆରି।

‘ଇଣ୍ଡିଆ ଏନର୍ଜି ଉଇକ୍‌’ର ଉଦ୍‌ଘାଟନୀ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ‘ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌’ର ୟୁନିଫର୍ମ ‘ଅନ୍‌ବଟଲଡ୍‌’ର ଶୁଭାରମ୍ଭ କରିବା ସହିତ ‘ଇଣ୍ଡୋର୍‌ ସୋଲାର୍‌ କୁକିଙ୍ଗ୍‌ ସିଷ୍ଟମ୍‌’ର ମଧ୍ୟ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ କହିଥିଲେ, ‘ଅନ୍‌ବଟଲଡ୍‌’ ଉପକ୍ରମରେ ରିସାଇକ୍ଲ୍‌ କରାଯିବାକୁ ଥିବା୧୦ କୋଟିରୁ ଅଧିକ ‘ପିଇଟି’ ବୋତଲ୍‌ ପରିବେଶ ସୁରକ୍ଷା କ୍ଷେତ୍ରରେ ସହାୟକ ହେବ।

Comments are closed.