ପୁଣି ଉତ୍ତରପ୍ରଦେଶ ସରକାରଙ୍କ ବଡ ନିଷ୍ପତ୍ତି, ଜାଣନ୍ତୁ କଣ

ଲକ୍ଷ୍ନୌ: ବଦଳିବ ଲକ୍ଷ୍ନୌର ନାଁ। ଆଗକୁ ଲକ୍ଷ୍ନୌର ନାଁ ଲକ୍ଷ୍ମଣ ନଗରୀ ହେବ ବୋଲି ଚର୍ଚ୍ଚା ହେଉଛି। ନାଁ ବଦଳାଇବା ପାଇଁ ଦାବି କରାଯିବା ପରେ ଏବେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଲକ୍ଷ୍ନୌର ନାଁ ବଦଳାଇବା ଦାବି ଉପରେ ଦେଇଥିବା ପ୍ରତିକ୍ରିୟାକୁ ନେଇ ଲକ୍ଷ୍ନୌର ନାଁ ଲକ୍ଷ୍ମଣ ନଗରୀ ହେବ ବୋଲି ଲୋକେ କହିବା ଆରମ୍ଭ କହିଛନ୍ତି।

ଲକ୍ଷ୍ନୌର ନାଁ ବଦଳାଇବା ଦାବି ସମ୍ପର୍କରେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଏକ ବଡ଼ ବିବୃତି ଦେଇ କହିଛନ୍ତି ଯେ ଏହା ସମସ୍ତେ ଭଲ ଭାବରେ ଜାଣିଛନ୍ତି ଯେ ଲକ୍ଷ୍ନୌ, ଲକ୍ଷ୍ମଣଙ୍କ ସହର ଥିଲା। ଏବେ ଲକ୍ଷ୍ନୌର ନାମ ପରିବର୍ତ୍ତନ କରିବାକୁ ଦାବି କରାଯାଉଥିବା ବେଳେ ଏ ସମ୍ପର୍କରେ ସରକାର ଆଗକୁ ଏକ ଅଦ୍ୟତନ ପ୍ରଦାନ କରିବେ।
ବୁଧବାର ଭଦୋହିରେ ଉପମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନା ଏବଂ ବିକାଶ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଥିଲେ। ପରେ ସେ ସୁରିଆଭାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏକ ପ୍ରତିମୂର୍ତ୍ତି ମଧ୍ୟ ଉନ୍ମୋଚନ କରିଥିଲେ। ଏହି ଅବସରରେ ଲକ୍ଷ୍ନୌର ନାଁ ପରିବର୍ତ୍ତନ କରିବାକୁ ବିଜେପି ସାଂସଦ ସଙ୍ଗମ ଲାଲ ଗୁପ୍ତା କରିଥିବା ଦାବି ବିଷୟରେ ନିଜର ମତ ରଖିଥିଲେ ଉପମୁଖ୍ୟମନ୍ତ୍ରୀ ।

ସେ କହିଥିଲେ ଯେ ସମସ୍ତେ ଜାଣନ୍ତି ଯେ ଲକ୍ଷ୍ନୌ ଲକ୍ଷ୍ମଣଙ୍କ ସହର ଥିଲା। ଏହାର ନାଁ ପରିବର୍ତ୍ତନକୁ ନେଇ ଅଧିକ ଆଲୋଚନା ହେବ।

Comments are closed.