ଚୀନକୁ ନେଇ ଏମିତି କହିଲେ ଆମେରିକା ରାଷ୍ଟ୍ରପତି, ଜାଣନ୍ତୁ କଣ କହିଲେ

ୱାସିଂଟନ୍‌: ଯୁକ୍ତରାଷ୍ଟ୍ର ଆମେରିକା ଚୀନ୍‌ ସହିତ ବିବାଦ କରିବା ପାଇଁ ଚାହେଁନି ବୋଲି ବୁଧବାର ଦିନ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ଆକାଶରେ ଉଡୁଥିବା ଚୀନା ‘ସ୍ପାଏ ବେଲୁନ୍‌’କୁ ଗତ ସପ୍ତାହରେ କ୍ଷେପଣାସ୍ତ୍ର ପ୍ରୟୋଗ କରି ନଷ୍ଟ କରିଦିଆଯିବା କାରଣରୁ ଉପୁଜି ଥିବା ଉତ୍ତେଜକ ବାତାବରଣ ସତ୍ତ୍ବେ ରାଷ୍ଟ୍ରପତି ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଖସାଇ ଦିଆଯାଇଥିବା ‘ସ୍ପାଏ ବେଲୁନ୍‌’ଟି ପାଞ୍ଚଟି ମହାଦେଶ ଉଦ୍ଦେଶ୍ୟରେ ଛଡ଼ାଯାଇଥିବା ଚୀନା ପର୍ଯ୍ୟବେକ୍ଷଣକାରୀ ବେଲୁନ୍‌ ବୋଲି ଆମେରିକୀୟ ସରକାରୀ ଅଧିକାରୀମାନେ କହୁଛନ୍ତି।

ଟେଲିଭିଜନ୍‌ରେ ପ୍ରସାରିତ ‘ପିବିଏସ୍‌ ନେଟ୍‌ୱାର୍କ’ ସହିତ କରିଥିବା ସାକ୍ଷାତ୍‌କାର‌ ସମୟରେ ରାଷ୍ଟ୍ରପତି ବାଇଡେନ୍‌ କହିଛନ୍ତି, ଆମେ ଚୀନ୍‌ ସହିତ ତୀବ୍ର ପ୍ରତିଯୋଗିତା କରିବୁ। କିନ୍ତୁ, ଆମେ ବିବାଦ କରିବାକୁ ଚାହୁଁନାହୁଁ। ଏପର୍ଯ୍ୟନ୍ତ ବି ଆମେ ବିବାଦ କରିନାହୁଁ।

କିନ୍ତୁ, ଆକସ୍ମିକ ଭାବେ ଆମେରିକାକୁ ଉଡ଼ିଯାଇଥିବା ଉକ୍ତ ବେସାମରିକ ଏୟାର୍‌ସିପ୍‌କୁ ଖସାଇ ଦେଇଥିବାରୁ ଉପଯୁକ୍ତ ଜବାବ ଦିଆଯିବ ବୋଲି ଚୀନ୍‌ କହିବା ପରେ ଉପୁଜିଥିବା ଉତ୍ତେଜନା ହ୍ରାସ କରିବା ଲାଗି ବାଇଡେନ୍‌ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।

Comments are closed.