ପାସୱାର୍ଡ ମନେରଖିବା ପାଇଁ ଜାଣିରଖନ୍ତୁ କିଛି ଟ୍ରିକ୍……
ଦିନକୁ ଦିନ ସୋସିଆଲ ମିଡ଼ିଆର ଚାହିଦା ବଢ଼ିବାରେ ଲାଗିଛି । ଜିମେଲ, ଫେସ୍ବୁକ, ଟ୍ୱିଟର, ଇନଷ୍ଟାଗ୍ରାମ, ହ୍ୱାଟ୍ସଆପା, ନେଟ୍ ବ୍ୟାଙ୍କିଂ, ପେଟିଏମ୍ ପରି ଆପର ବ୍ୟବହାରରେ ଲାଗିପଡିଛନ୍ତି ଯୁବପିଢ଼ି । ବହୁତ ସମୟରେ ଦେଖାଯାଏ ଲୋକେ ନିଜ ଆକାଉଣ୍ଟର ପାସ୍ୱାର୍ଡ ଭୁଲି ଯାଇଥାନ୍ତି । କାରଣ ଏତେଗୁଡିଏ ସୋସିଆଲ ସାଇଡ୍ର ପାସ୍ୱାର୍ଡ ଏକା ସାଙ୍ଗରେ ମନେ ରଖିବା କଷ୍ଟକର । ଯଦି ଆପଣ ବାରମ୍ବାର ପାସୱାର୍ଡ ଭୁଲି ଯାଉଛନ୍ତି ତେବେ ମନେ ରଖିବା ପାଇଁ କିଛି ଉପାୟ ରହିଛି । ଆଜି ଆମେ ଆପଣଙ୍କୁ ପାସୱାର୍ଡ ନ ଭୁଲିବାର ଏକ ଟ୍ରିକ୍ ଜଣାଇବୁ ।
ଫେସ୍ବୁକ୍ କିମ୍ବା ଜି-ମେଲ୍ ଆକାଉଣ୍ଟରେ ଲଗ୍ ଇନ୍ କରିବା ବେଳେ ପାସୱାର୍ଡ ସେଭ୍ କରିବା ପାଇଁ ଏକ ପପ୍-ଅପ୍ ବିକଳ୍ପ ଆସିଥାଏ । ଯଦି ଆପଣ ଏଠାରେ ଥିବା Allow ବଟମ୍ କ୍ଲିକ୍ କରିବେ ଆପଣଙ୍କ ସମସ୍ତ ପାସୱାର୍ଡ ଏଠାରେ ସେଭ୍ ରହିବ ।
ଯଦି ଆପଣ ବାରମ୍ବାର ନିଜ ଫେସବୁକ୍, ଟ୍ୱିଟର୍ କିମ୍ବା ଅନ୍ୟ କୌଣସି ସୋସିଆଲ ୱେବ୍ସାଇଟ୍ର ପାସୱାର୍ଡ ଭୁଲି ଯାଉଛନ୍ତି, ତେବେ ଗୁଗୁଲ୍ କ୍ରୋମର ସେଟିଙ୍ଗ୍ରେ ଯାଇ ନିଜ ପାସ୍ୱାର୍ଡ ଅତି ସହଜରେ ପାଇପାରିବେ ।
ଏଥିପାଇଁ ଆପଣଙ୍କୁ ପ୍ରଥମେ ସେଟିଙ୍ଗ୍ ଅପସନ୍ରେ ଯିବାକୁ ହେବ ।
ଏହା ପରେ ତଳେ Advanced Setting ବିକଳ୍ପରେ ଯାଇ Manage Passwords ବିକଳ୍ପ ବାଛନ୍ତୁ ।
ଏଠାରେ ଆପଣ ସେଭ୍ କରିଥିବା ସମସ୍ତ ଲଗ୍ ଇନ୍ ଓ ପାସୱାର୍ଡ ନଜର ଆସିବ। ଏପରି ଭାବେ ଅତି ସହଜରେ ଆପଣଙ୍କୁ ନିଜର ସମସ୍ତ ପାସୱାର୍ଡ ମିଳିଯିବ । ଫଳରେ ଆପଣଙ୍କୁ ଆଉ କୌଣସି ପାସୱାର୍ଡ ମନେ ରଖିବାକୁ ପଡ଼ିବ ନାହିଁ ।
Comments are closed.