ବିଶ୍ୱରେ ଲୌହମାନବର ଆଖ୍ୟା ପାଇଲେ ଭାରତୀୟ ସେନା ନାୟକ ବିକ୍ରମ ଡୋଗ୍ରା
ଆନ୍ତର୍ଜାତିକ ସ୍ତରରେ ଅନୁଷ୍ଠିତ ହୋଇଥିବା ଲୌହମାନବ ପ୍ରତିଯୋଗିତାରେ ବାଜି ମାରିଛନ୍ତି ଭାରତୀୟ ସେନା ଅଫିସର ବିକ୍ରମ ଡୋଗ୍ରା । ରବିବାର ଦିନ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୩ଟି ରାଉଣ୍ଡ ହୋଇଥିଲା, ଯଥା- ୩.୮ କିଲୋମିଟର ପହଁରିବା, ୧୮୦ କିଲୋମିଟର ସାଇକେଲିଙ୍ଗ ଓ ୪୨.୨ କିଲୋମିଟର ଦୌଡ । ମେଜର ଜେନେରାଲ ଡୋଗ୍ରା ୧୭ ଘଣ୍ଟା ଧରି ଚାଲିଥିବା ଏହି ପ୍ରତିଯୋଗିତାକୁ ୧୪ ଘଣ୍ଟା ୨୧ ମିନିଟ୍ ଭିତରେ ସାରି ନିଜର ବିରତ୍ୱ ଦେଖାଇବା ସହିତ ଭାରତକୁ ଗର୍ବିତ କରିଛନ୍ତି । ୧୯୮୧ ମସିହାରେ ଗୋଲ୍ଡ ମେଡାଲ ପାଇଥିବା ଡୋଗ୍ରା ପ୍ରତିଯୋଗିତାରେ ଭାଗ ନେବା ପୂର୍ବରୁ କଠିନ ପରିଶ୍ରମ କରିଥିବାର ସୂଚନା ଦେଇଛନ୍ତି । ଏହା ପୂର୍ବରୁ ୧୧ ଜଣ ଭାରତୀୟ ଲୌହ ମାନବର ଆଖ୍ୟା ପାଇଥିବା ବେଳେ ଡୋଗ୍ରା ୧୨ ନମ୍ବରରେ ଅଛନ୍ତି ।
Comments are closed.