ଏଟିଏମରୁ ଟଙ୍କା ଲୁଟୁଥିବା ଦୁର୍ବୁତ୍ତଙ୍କୁ ଗିରଫ କଲା ପୋଲିସ

ଲୋକଙ୍କୁ ଠକି ଏଟିଏମରୁ ଟଙ୍କା ଲୁଟୁଥିବା ୧୧ ଜଣ ଦୁର୍ବୁତ୍ତଙ୍କୁ ଗିରଫ କରିଛି ରାଉରକେଲା ପୋଲିସ । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଝାରଖଣ୍ଡରୁ ଆସିଛନ୍ତି ବୋଲି ପୋଲିସ ସୂଚନା ଦେଇଛି । ଏଟିଏମରୁ ଲୋକମାନେ ଟଙ୍କା ଉଠାଇବା ପରେ ତାର ଡାଟାକୁ କପି କରି ନେଉଥିଲେ ଏହି ଦୁର୍ବୁତ୍ତ । ପରେ ଏହାକୁ ଅପବ୍ୟବହାର କରି ଟଙ୍କା ଉଠାଉଥିଲେ । ଏହା ସହ ଯେଉଁ ଲୋକଙ୍କୁ ଏଟିଏମରୁ ଟଙ୍କା ଉଠାଇ ନ ଆସେ, ତାଙ୍କୁ ସାହାଯ୍ୟ କରିବା ଆଳରେ ପିନକୁ ମନେ ରଖି ପରେ ଟଙ୍କା ନେଉଥିଲେ । ରାଉରକେଲା ପରି ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ମୟୁରଭଞ୍ଜ, ପୁରୀ, ଭୁବନେଶ୍ୱର ଓ କଟକ ଆଦି ଓଡିଶାର ୧୪ ଟି ରାଜ୍ୟରେ ଏମାନଙ୍କର ଗ୍ରୁପ୍ ରହିଛି । କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରେ ବିହାର, ଝରଖଣ୍ଡ, ଗୁଜୁରାଟ ଓ ୱେଷ୍ଟ ବେଙ୍ଗଲରେ ମଧ୍ୟ ଲୁଟ କରୁଥିଲେ ଏହିମାନେ । କୌଣସି ସ୍ଥାନୀୟ ଲୋକର ସୂଚନାର ସହାୟତାରେ ଏହି ଦୁର୍ବୁତ୍ତମାନଙ୍କୁ ଧରିବାରେ ସଫଳ ହୋଇଛି ରାଉରକେଲା ପୋଲିସ ।

Comments are closed.