ଜାଗରରେ ଭୁଲରେ ବି କରନ୍ତୁ ନାହିଁ ଏହି ୧୦ କାମ, ହୋଇଯିବ ଅଡୁଆ

ଆଜି ହେଉଛି ମହାଶିବରାତ୍ରୀ। ଜାଗର ଉପଲକ୍ଷେ ସମସ୍ତ ମନ୍ଦିର ପରିସର ଚଳଚଞ୍ଚଳ ହୋଇପଡିଛି । କଟକଣା ସତ୍ତ୍ୱେ ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଗହଳି ପରିଲିକ୍ଷିତ ହେଉଛି। ଏହି ଦିନରେ ଭକ୍ତମାନେ ମହାଦେବଙ୍କୁ ଉପାସନା ଲାଗି ବିଭିନ୍ନ ପ୍ରକାର ଉପାୟ ଆପଣାଇଥାନ୍ତି। ହେଲେ ଶିବ ଉପାସନା ସମୟରେ ଅଜାଣତରେ କିଛି ଭୁଲ ହୋଇଯାଇଥାଏ। ତେବେ ଆସନ୍ତୁ ଜାଣିବା ମହାଶିବରାତ୍ରୀରେ କେଉଁ କାମ ନକରିବା କଥା..

– କୁହାଯାଏ ଏହି ଦିନ ଶିବଲିଙ୍ଗରେ ଚଢ଼ା ଯାଇଥିବା ପ୍ରସାଦକୁ ଗ୍ରହଣ କରିବା ଉଚିତ ନୁହେଁ। ଏହାଦ୍ୱାରା ଦୁର୍ଭାଗ୍ୟ ଆସିଥାଏ। ଧନହାନୀ ସହ ରୋଗ ମଧ୍ୟ ହୋଇପାରେ।

– ଶିବରାତ୍ରୀରେ କଳା ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ।

– ଏହି ଦିନରେ ନ ଗାଧୋଇ କିଛି ବି ଖାଆନ୍ତୁ ନାହିଁ। ଉପବାସ ନ ଥିଲେ ବି ସ୍ନାନ କରି ଖାଦ୍ୟ ଗ୍ରହଣ କରନ୍ତୁ।

– ଶିବଲିଙ୍ଗ ଉପରେ କଦାବି ତୁଳସୀ ଦିଅନ୍ତୁ ନାହିଁ। ପ୍ୟାକେଟ କ୍ଷୀର ନଚେତ ଥଣ୍ଡା କ୍ଷୀର ଢ଼ାଳନ୍ତୁ ନାହିଁ। ସୁନା, ରୁପା ନଚେତ କଂସା ପାତ୍ରରେ ଅଭିଷେକ କରନ୍ତୁ। ଏଥିପାଇଁ ଷ୍ଟିଲ୍‌ ପାତ୍ର ବ୍ୟବହାର କରନ୍ତୁ ନାହିଁ।

– ଭୁଲରେ ବି ଶିବଙ୍କୁ କେତକୀ ଏବଂ ଚମ୍ପା ଫୁଲ ଦିଅନ୍ତୁ ନାହିଁ। ଧଳା ହେଲେ ବି ଭୋଳାନାଥଙ୍କ ପୂଜାରେ ଏହାକୁ ବ୍ୟବହାର କରିବା ଉଚିତ ନୁହେଁ।

– ଶିବରାତ୍ରୀର ବ୍ରତ ସକାଳୁ ଆରମ୍ଭ ହୋଇ ଆଗାମୀ ସକାଳ ପର୍ଯ୍ୟନ୍ତ ରହିଥାଏ। ଏହି ଦିନ ବ୍ରତଧାରୀ ଫଳ ଏବଂ କ୍ଷୀର ଖାଇବା ଉଚିତ। କାରଣ ସୂର୍ଯ୍ୟାସ୍ତ ପରେ କିଛି ଖାଇବା ଉଚିତ ନୁହେଁ ବୋଲି କୁହାଯାଏ।

– ଶିବଙ୍କ ପୂଜାରେ ଭଙ୍ଗା ଚାଉଳ ବ୍ୟବହାର କରନ୍ତୁ ନାହିଁ। ଅକ୍ଷତ ଅର୍ଥ ଅଭଙ୍ଗା ଚାଉଳ, ଏହା ପୂର୍ଣ୍ଣତାର ପ୍ରତୀକ। ଏଣୁ ଶିବଙ୍କୁ ଅକ୍ଷତ ଦେବା ପୂର୍ବରୁ ଚାଉଳକୁ ପରଖି ନିଅନ୍ତୁ।

– ଶିବଲିଙ୍ଗ ଉପରେ ପ୍ରଥମେ ପଞ୍ଚାମୃତ ଢ଼ାଳନ୍ତୁ। ଯେଉଁଲୋକ ଚାରି ପ୍ରହରର ପୂଜା କରିଥାନ୍ତି, ସେମାନେ ପ୍ରଥମ ପ୍ରହରରେ ଜଳାଭିଶେକ, ଦ୍ୱିତୀୟରେ ଦହି ଅଭିଷେକ, ତୃତୀୟରେ ଘିଅ ଅଭିଷେକ ଏବଂ ଚତୁର୍ଥରେ ମହୁର ବ୍ୟବହାର କରନ୍ତୁ ।

-ଶିବଲିଙ୍ଗରେ କୁମ୍‌କୁମ୍‌ ଲଗାନ୍ତୁ ନାହିଁ। ଏହି ଦିନ ଚନ୍ଦନ ତିଳକ ଲଗାଇବା ଭଲ ।

– ଶିବରାତ୍ରୀ ଦିନ ତ୍ରୀଶାଖା ବେଲପତ୍ର ଚଢ଼ାନ୍ତୁ। ଚିରି ଥିବା ନଚେତ ଫଟା ବେଲପତ୍ର ଦେବା ଉଚିତ ନୁହେଁ ।

Comments are closed.