ପୁଣି ଫେରିଲା ଲକଡ଼ାଉନ: ସବୁ ଠପ୍, କେବଳ ଜରୁରୀ ସେବାକୁ ଅନୁମତି

ନାଗପୁର : ମହାରାଷ୍ଟ୍ରରେ କରୋନା ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଇବାରେ ଲାଗିଛି, ଫଳରେ ସ୍ଥିତି ଆହୁରି ଅସମ୍ଭାଳ ହୋଇଛି । ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ନାଗପୁରକୁ ସମ୍ପୂର୍ଣ୍ଣ ଲକ-ଡାଉନ୍ କରାଯାଇଛି । ନାଗପୁରରେ ଏକ ସପ୍ତାହ ପାଇଁ ଲକଡ଼ାଉନ ନିୟମ ଲାଗୁ କରାଯାଇଛି। ମାର୍ଚ୍ଚ ୧୫ ରୁ ୨୧ ଯାଏଁ ପୂରା ନାଗପୁରରେ ଲକଡ଼ାଉନ ନିୟମକୁ କଡାକଡି ଭାବେ ପାଳନ କରାଯିବ। ମାତ୍ର ଏହି ସମୟରେ ଜରୁରୀ ସେବା ଓ ସାମଗ୍ରୀ ଦୋକାନ ଗୁଡିକୁ ବନ୍ଦରୁ ବାଦ ଦିଆଯାଇଥିବା ବେଳେ ଅନ୍ୟ ଦୋକାନ ଗୁଡିକ ବନ୍ଦ ରହିବ। ପରିବାର , ଫଳ ଓ ଖିର ବୁଥ ଖୋଲା ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।

ତେବେ ନାଗପୁର ନଗର ନିଗମ ବୁଧବାର ଦିନ କହିଥିଲେ ଯେ, ‘କରୋନାର ନୂଆ ମାମଲାରେ ମହିଳା ଓ ୨୦ରୁ ୪୦ ବୟସର ଲୋକେ ସଂକ୍ରମିତ ହେଉଛନ୍ତି । ଏତେ ପରେ ବି ଲୋକମାନେ କରୋନାକୁ ହାଲକାରେ ନେଉଥିବା ନଗର ନିଗମ ପ୍ରଶାସନ କହିଛନ୍ତି । ନାଗପୁରରେ ଗତ ବୁଧବାର ଦିନ ୧୭୧୦ ନୂଆ ମାମଲା ସାମ୍ନାକୁ ଆସିଥିଲା । ୧୭୩ ଦିନ ପରେ ଏହା ଥିଲା କରୋନାର ସର୍ବାଧିକ ରେକର୍ଡ ମାମଲା । ଏହାସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କୋଭିଡ-୧୯ ଭ୍ୟାକ୍ସିନର ପ୍ରଥମ ଡୋଜ ନେଇ ସାରିଛନ୍ତି।

Comments are closed.