ରାଉରକେଲା ପାଇଁ କଟକଣା କୋହଳ

ରାଉରକେଲା: ପ୍ରଦୂଷଣ ମାତ୍ରା କମିବା ପରେ ରାଉରକେଲା ପାଇଁ କଟକଣା କୋହଳ କରାଯିବ । କଟକଣା କୋହଳ କରିବାକୁ ଜିଲ୍ଲାପାଳଙ୍କୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଚିଠି ଲେଖାଯାଇଛି । ତେବେ ୮ ତାରିଖରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୫୨୬ ଥିଲା, ଯାହାକି କାଲି ୩୪୨ ରହିଛି । AQI ରେ ସୁଧାର ଆସିଥିବାରୁ କାଲି ଲାଗିଥିବା କଟକଣା କୋହଳ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏଣିକି ସହରକୁ ଭାରୀଯାନ ପ୍ରବେଶ କରିପାରିବ । ଏହା ସହ ସହ ରାସ୍ତାରେ ଜଳ ସିଞ୍ଚନ କରିବାକୁ ପରାମର୍ଶ ଦିଆଯାଇଛି । ଆପ୍ରୋଚ ରୋଡରେ ଜଳ ସିଞ୍ଚନ କରାଯାଇ ରେଲୱେ ଲୋଡିଂ ହୋଇପାରିବ । ପ୍ରଦୂଷଣ ସୃଷ୍ଟିକାରୀ ଗାଡି ପ୍ରତିନଜର ରଖାଯାଇ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ରାଉରକେଲା ସହରକୁ ପଶୁଥିବା ସବୁ ମାଲଗାଡି ଡାଲାରେ ପାଲ ଘୋଡାଯିବ । ଗହଳି ରାସ୍ତା ଓ ନିର୍ମାଣ ସ୍ଥଳରେ ପର୍ଯ୍ୟାପ୍ତ ଜଳ ସିଞ୍ଜନ କରାଯିବ । ସ୍କୁଲ ଚାଲିପାରିବ, କିନ୍ତୁ କ୍ରୀଡା ପ୍ରତିଯୋଗିତା ନକରିବାକୁ ପରାମର୍ଶ ଦିଆଯାଇଛି । ସ୍ଥିତି ନସୁଧୁରିବା ଯାଏ ପ୍ରଦୂଷଣକାରୀ ଶିଳ୍ପ ପ୍ରତି କଟକଣା ଜାରି ରହିବା ନେଇ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.