ଅପରାଧୀଙ୍କୁ ଧରିବ ‘ଅତିଥି’ ଆପ୍

ଭୁବନେଶ୍ୱର: ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ପ୍ରସ୍ତୁତ କରିଛି ନୂଆ ଆପ୍, ଯାହାର ନାଁ ‘ଅତିଥି’ । ‘ଅତିଥି’ ଆପ୍ ଜରିଆରେ ହୋଟେଲର ତଥ୍ୟ ସଂଗ୍ରହ କରିବ ପୋଲିସ । ପୋଲିସ ପକ୍ଷରୁ ଆପ୍ ତିଆରି ଚାଲିଛି । ଖୁବଶୀଘ୍ର ଏହି ‘ଅତିଥି’ ଆପ୍ କାର୍ଯ୍ୟକାରୀ ହେବାକୁ ଯାଉଛି । ସରାଇ ଆକ୍ଟ ଅନୁସାରେ ହୋଟେଲ ମାଲିକ ସବୁ ତଥ୍ୟ ପୋଲିସକୁ ଦେବେ । ତଥ୍ୟ କେବଳ ପୋଲିସ ପାଖରେ ରହିବ, ସାର୍ବଜନୀନ କରାଯିବ ନାହିଁ । ସମସ୍ତ ଗେଷ୍ଟ ହାଉସ୍ ଓ ଲଜକୁ ଏନେଇ ନିର୍ଦେଶ ଦିଆଯିବ । ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

Comments are closed.