ଜେଠୱା ହେଲେ କ୍ରାଇବ୍ରାଞ୍ଚର ଏଡିଜି

ଭୁବନେଶ୍ୱର : ଯଶବନ୍ତ ଜେଠୱା ହୋଇଛନ୍ତି କ୍ରାଇବ୍ରାଞ୍ଚର ଏଡିଜି । ସେ ଏଣିକି କ୍ରାଇମବ୍ରାଞ୍ଚ ଏଡିଜି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଏନେଇ ପୋଲିସ ଡିଜି କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି । ତେବେ ଏଡିଜି ଆଇନ ଶୃଙ୍ଖଳା ଏଡିଜି ଅଛନ୍ତି ୱାଇ ଜେଠୱା । କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ବଦଳି ପରେ ଏହି ପଦବୀ ଫାଙ୍କା ଥିଲା ।

ଅନ୍ୟପଟେ ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ । ଟ୍ୱିନସିଟିର ଦାୟିତ୍ୱ ନେଇଛନ୍ତି ୧୯୯୫ ବ୍ୟାଚର ଆଇପିଏସ ଅଧିକାରୀ ସୌମେନ୍ଦ୍ର । ଭୁବନେଶ୍ୱର କମିଶନରେଟ ପୋଲିସ କାର୍ଯ୍ୟାଳୟରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୯୦ ବ୍ୟାଚର ଆଇପିଏସ ସୁଧାଂଶୁ ଷଡଙ୍ଗୀଙ୍କ ଜାଗାରେ ସୌମେନ୍ଦ୍ରଙ୍କୁ ଦାୟିତ୍ୱ ମିଳିଛି ।

Comments are closed.