ଟଙ୍କା ପାଇଁ ଅବମାନନା କରୁଛନ୍ତି କି ସମ୍ପର୍କ ?

ଭୁବନେଶ୍ୱର: ଆଜିକାଲିର ଆଧୁନିକ ଯୁଗରେ ଟଙ୍କା ଅତ୍ୟନ୍ତ ଆବଶ୍ୟକ । ଘର ପରିବାର ଓ ପିଲାଛୁଆଙ୍କ କଥା ଭାବିବା ପାଇଁ ମଧ୍ୟ ସମୟ ନାହିଁ କାରଣ ସେମାନଙ୍କ ସୁଖି ଜୀବନଜାପନ ପାଇଁ ହିଁ ଟଙ୍କା ରୋଜଗାର କରନ୍ତି ଲୋକେ । ଟଙ୍କା ପାଇଁ ହିଁ ସବୁ ଖେଳ କହିଲେ ଚଲେ । କାରଣ ନାରୀ ହେଉକି ପୁରୁଷ ଉଭୟେ ରୋଜଗାର କରନ୍ତି ନିଜର ପରିବାର ପ୍ରତିପୋଷଣ ପାଇଁ । ଟଙ୍କା ଥିଲେ ବ୍ୟକ୍ତି ନିଜର ଆବଶ୍ୟକତା ଅନୁସାରେ ପ୍ରତ୍ୟେକଟି ଜିନିଷ କିଣିପାରେ । ଏଥିଲାଗି ରୋଜଗାର କରିବାକୁ ଲୋକମାନେ ଦିନରାତି ପରିଶ୍ରମ କରିଥାନ୍ତି । ହେଲେ ଯେତିକି ଆବଶ୍ୟକ ସେତିକି ଧନ ଉପାର୍ଜନ କରିବା ଉଚିତ ।

କାରଣ ଟଙ୍କା ଆଉଥରେ ରୋଜଗାର କରିହେବ, ହେଲେ ଟଙ୍କା ରୋଜଗାର କରିବାକୁ ଯାଇ ଅନେକ ଥର ବହୁତ କିଛି ପଛରେ ରହିଯାଏ ଯାହା ଧନଠାରୁ ମୂଲ୍ୟବାନ । ଏଭଳି ତିନୋଟି ଜିନିଷ ବିଷୟରେ କହିଛନ୍ତି ଯାହା ହଜାଇଲେ ବ୍ୟକ୍ତି ପାଖରେ ଧନ ଥାଇ ବି କାଙ୍ଗାଳ ରହିଥାଏ ।

-ପ୍ରେମ ଆଗରେ ସବୁ ବେକାର: ଜୀବନରେ ଧନ ଯେତିକି ଲୋଡା ସେତିକି ପ୍ରେମ । ଜୀବନରେ ଉଭୟ ବହୁତ ଜରୁରୀ । କେହି କେହି ଟଙ୍କା ପଛରେ ଦୌଡ଼ି ପରିବାର ଛାଡ଼ି ଦିଅନ୍ତି ତ କେହି ପ୍ରେମ ପାଇଁ ଧନସମ୍ପତ୍ତି ତ୍ୟାଗ କରିଦିଅନ୍ତି । ହେଲେ ଧନ ପାଇଁ ପ୍ରେମକୁ ତ୍ୟାଗ କରିଦେବା ମୁରଖାମୀ । କାହିଁକିନା ପ୍ରେମ ଆଗରେ ଟଙ୍କାପଇସାର କୌଣସି ମୂଲ୍ୟ ନାହିଁ । ସମ୍ପର୍କ ଭିତରେ ଟଙ୍କାପଇସାକୁ କେବେ ବି ଆଣିବା ଉଚିତ ନୁହେଁ । କାହିଁକିନା କେହି ଯେତେବି ଧନି ହୋଇଥାଉନା କାହିଁକି ପ୍ରେମକୁ କିଣିପାରିବ ନାହିଁ ।

-ଧର୍ମ ହେଉଛି ଧନଠାରୁ ବଡ଼: ମନୁଷ୍ୟ ଯେଉଁ ଧର୍ମର ହୋଇଥାଉନା କାହିଁକି ସେ ଧର୍ମକୁ ସର୍ବଦା ଧନର ଉପରେ ରଖିବା ଉଚିତ । ଧର୍ମ ହିଁ ମନୁଷ୍ୟକୁ ଠିକ୍‌ କେଉଁଟା ଭୁଲ ଚିହ୍ନାଇଥାଏ । କୌଣସି ବ୍ୟକ୍ତି ରୋଜଗାର ଲାଗି ନିଜର ଧର୍ମ ତ୍ୟାଗ କରିଦେଲେ ସମାଜରେ ପ୍ରତିଷ୍ଠା ଶେଷ ହୋଇଯାଏ । ଧର୍ମ ବିନା ବ୍ୟକ୍ତି ଖରାପ ରାସ୍ତାରେ ଯାଇଥାଏ ବୋଲି ସେ କହିଛନ୍ତି ।

-ସ୍ୱାଭିମାନ ତ୍ୟାଗ କରନ୍ତୁ ନାହିଁ: ବ୍ୟକ୍ତିର ସ୍ୱାଭିମାନ ଆଗ । ସ୍ୱାଭିମାନ ଅନୁସାରେ ତାର ପରିଚୟ ସୃଷ୍ଟି ହୁଏ । ପରିଶ୍ରମ କରି ଧନ ଅର୍ଜନ କରିହୁଏ, ହେଲେ ଥରେ ଆତ୍ମବିଶ୍ୱାସ ଚାଲିଯାଏ ତେବେ ତାକୁ ପାଇବା ମୁସ୍କିଲ । ସ୍ୱାଭିମାନ ପାଇଁ ଧନକୁ ତ୍ୟାଗ କରିବାରୁ ପଛଘୁଞ୍ଚା ଦେବା ଉଚିତ ନୁହେଁ ।

Comments are closed.