ଲଭ୍‌-ସେକ୍ସ-ଧୋକ୍କା, ସିପାହୀ ଗିରଫ

ଭୁବନେଶ୍ୱର: ପ୍ରଥମେ ଲଭ୍‌ ତାପରେ ଶାରୀରିକ ସଂପର୍କ ରଖି ସାରିବା ପରେ ଧୋକ୍କା । ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ଅଭିଯୋଗ । ଅଭିଯୋଗ ଅନୁଯାୟୀ ଖଣ୍ଡଗିରି ଥାନା ପୁଲିସ ଜଣେ ସିପାହୀଙ୍କୁ ଗିରଫ କରିଛି । ସିପାହୀ ଜଣକ ହେଲେ ଏଲ୍‌ ପବିତ୍ର ରେଡ୍ଡୀ (୨୪) । ଘର ଗଞ୍ଜାମ ଦିଗପହଣ୍ଡି ଥାନା ଅନ୍ତର୍ଗତ ବିଜାପାଲି । ସେ ଜମ୍ମୁ-କାଶ୍ମୀରରେ ଭାରତୀୟ ସେନାରେ ସିପାହୀ ଭାବରେ ଚାକିରି କରୁଥିଲେ ।

ପୁଲିସ ସୂଚନା ଅନୁଯାୟୀ, ଡ଼ୁମୁଡ଼ୁମାରେ ରହୁଥିବା ଗଞ୍ଜାମର ସୋନାଲି ୨୦୧୪ ମସିହାରେ ଦିଗପହଣ୍ଡି ବିଜାପାଲିରେ ଥିବା ସଂପର୍କୀୟଙ୍କ ଘରକୁ ଯାଇଥିଲେ । ସେଠାରେ ତାଙ୍କର ପବିତ୍ରଙ୍କ ସହ ଦେଖା ହୋଇଥିଲା । ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ କିନ୍ତୁ ସୋନାଲିଙ୍କ ଘରଲୋକ ଏହାକୁ ବିରୋଧକରି ତାଙ୍କର ବିବାହ ଅନ୍ୟତ୍ର କରାଇଦେଇଥିଲେ । ଏଥିମଧ୍ୟରେ ପବିତ୍ର ସେନାବାହିନୀରେ ଚାକିରି ପାଇ ଯାଇଥିଲେ । ସୋନାଲି ନିଜ ବାହାଘର ପରେ ମଧ୍ୟ ପବିତ୍ରଙ୍କ ସହ ସଂପର୍କ ରଖୁଥିବା ଜାଣିପାରି ତାଙ୍କ ସ୍ୱାମୀ ତାଙ୍କୁ ଘରୁ ବାହାର କରିଦେଇଥିଲେ । ଏହାପରେ ସୋନାଲି ଡ଼ୁମୁଡ଼ୁମା ସ୍ଥିତ ଘରକୁ ପଳାଇଆସିଥିଲେ । ଏହାପରେ ପବିତ୍ରଙ୍କ ସହ ମିଳାମିଶା ଆରମ୍ଭ କରିଦେଇଥିଲେ । ପବିତ୍ର ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରରିକ ସଂପର୍କ ରଖିଥିଲେ । ଯାହାଫଳରେ ସୋନାଲି ଦୁଇଦୁଇଥର ନିଜର ଗର୍ଭପାତ କରାଇଥିଲେ । ଏହା ମଧ୍ୟରେ ସୋନାଲି ତାଙ୍କୁ ବିବାହ ପାଇଁ ବାଧ୍ୟ କରିବାରୁ ସେ ତାଙ୍କୁ ଗାଳିଗୁଲଜ କରି ଫୋନ ନଂ. ବ୍ଲକ୍‌ କରିଦେଇଥିଲେ ।

ପ୍ରତାରଣର ଶିକାର ସୋନାଲି ଏନେଇ ଗତମାସ ୨୩ରେ ପବିତ୍ରଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ଗତକାଲି ରାତିରେ ପବିତ୍ରଙ୍କୁ ଗିରଫ କରିଛି । ଆଜି ପବିତ୍ରଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନା ମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇଦିଆଯାଇଛି ।

Comments are closed.