ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ନିର୍ଦେଶ

ଜଟଣୀ (ସଞ୍ଜୀବ କୁମାର) : ସ୍କୁଲ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ନିର୍ଦେଶ | ସ୍କୁଲ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଉପରେ ଅଧିକ ପ୍ରାଥମିକତା ଦେବାକୁ ନିର୍ଦେଶ ଦିଆଯାଇଛି । ସ୍କୁଲ କ୍ୟାମ୍ପସରେ କରୋନା କଟକଣା ଯେପରି କଡ଼ାକଡ଼ି ପାଳନ କରାଯାଏ ସେଦିଗରେ ଗୁରୁତ୍ୱ ଦେବାକୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ କୁହାଯାଇଛି। ଜିଲ୍ଲାର ନୋଡାଲ ଅଧିକାରୀମାନେ ମଧ୍ୟ ନିୟମିତ ବ୍ୟବଧାନରେ ସ୍କୁଲ ଗସ୍ତ କରି ଯାଞ୍ଚ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି । ନିର୍ଦେଶ ଅନୁଯାୟୀ ଉଚ୍ଚ ବିଦ୍ୟାଳୟ ପାଠପଢ଼ା ସହ କ୍ୟାମ୍ପସ୍‌ରେ ଆଉ କୌଣସି କାର୍ଯ୍ୟକ୍ରମ କରାଯିବ ନାହିଁ।

Comments are closed.