ବିଧାନସଭାର ଶୀତକାଳିନ ଅଧିବେଶନ ଆରମ୍ଭରୁ କଂଗ୍ରେସର ଅଭିନବ ପ୍ରତିବାଦ

ଭୁବନେଶ୍ୱର : ବିଧାନସଭାର ଶୀତକାଳିନ ଅଧିବେଶନ ଆରମ୍ଭରୁ କଂଗ୍ରେସର ଅଭିନବ ଉପାୟରେ ପ୍ରତିବାଦ । ବିଧାନସଭା ଗେଟ ଆଗରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି। ମମିତା ମୃତ୍ୟୁ ମାମଲାରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବିଧାନସଭା ଭିତରକୁ ନପୁରାଇ ଦେବାକୁ କଂଗ୍ରେସ ବିଧାୟକମାନେ ‘ମୁଖ୍ୟମନ୍ତ୍ରୀ ଜବାବ ଦିଅ,ମମିତା ମେହରେଙ୍କୁ ନ୍ୟାୟ ଦିଅ,ମମିତା ହତ୍ୟାକାରୀ ଜହ୍ଲାଦ ଗୃହରାଷ୍ଟ୍ରମନ୍ତ୍ରୀଙ୍କୁ ବରଖାସ୍ତ ଓ ଗିରଫ’ ଆଦି ବ୍ୟାନର ଧରି ଧାରଣାରେ ବସିଛନ୍ତି । ବିଧାନସଭାର ୩ ଗେଟ୍‌ରୁ ୨ ଗେଟ୍‌ରେ ଧାରଣାରେ ବସିଛନ୍ତି କଂଗ୍ରେସ ବିଧାୟକ । ଏହା ସହିତ କଂଗ୍ରେସ ପକ୍ଷରୁ ଗୋଟିଏ ଗେଟ୍‌ରେ ତାଲା ମଧ୍ୟ ପକାଯାଇଥିଲା । କଂଗ୍ରେସ ବିଧାୟକ ତାରାବାହିନି ପତି କହିଛନ୍ତି ଯେ ଦିବ୍ୟଶଙ୍କର ମିଶ୍ର ଗୃହରେ ପଶିଲେ ଗୃହ ଅପବିତ୍ର ହୋଇଯିବ । ଆଜି ବିଧାନସଭା ଆରମ୍ଭ ହୋଇଥିବା ବେଳେ ଭିଡିଓ କଂନଫରେନ୍ସି ଜରିଆରେ ମୁଖ୍ୟମନ୍ତ୍ରୀ ଯୋଡି ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଦିବଂଗତ ସଦସ୍ୟଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରିଥିଲେ ।

Comments are closed.