ଗାର୍ଲ୍ସ ହଷ୍ଟେଲରେ ଝିଅମାନେ କରନ୍ତି କଣ ଜାଣନ୍ତି କି ?

ପାଠ ପଢିବା ପାଇଁ ପିତାମାତା ଓ ଘରକୁ ଦୂର କରିି ହଷ୍ଟେଲରେ ରୁହନ୍ତି ପୁଅ ଝିଅମାନେ । ପ୍ରଥମେ ପ୍ରଥମେ ହଷ୍ଟେଲରେ ଭଲ ଲାଗେନି, ପରନ୍ତୁ ପରେ ସମସ୍ତେ ପରସ୍ପର ସହ ମିଶି ହଷ୍ଟେଲକୁ ଘର ବନେଇଥାନ୍ତି । ପୁଅମାନଙ୍କ ହଷ୍ଟେଲ ବିଷୟରେ ତ ସମସ୍ତେ ଜାଣନ୍ତି, ହେଲେ ଝିଅମାନେ ହଷ୍ଟେଲରେ କ’ଣ କରନ୍ତି ଜାଣିବା ପାଇଁ ସମସ୍ତେ ଇଚ୍ଛୁକ । ତେବେ ଆସନ୍ତୁ ଜାଣିବା ଝିଅମାନଙ୍କ ହଷ୍ଟେଲ ଲାଇଫ୍ ବିଷୟରେ..

– ଝିଅମାନଙ୍କୁ ମେକ୍‌ଅପ୍‌ କରିବା ବହୁତ ପସନ୍ଦ। ହଷ୍ଟେଲ୍‌ରେ ଝିଅମାନେ ମେକଅପ୍‌ ଲଗାଇ ବହୁତ ଫଟୋ ଉଠାଇଥାନ୍ତି। କେଉଁଠିକୁ ଯିବାକୁ ନଥିଲେ ବି ମେକ୍‌ଅପ୍‌ କରିବାକୁ ଭୁଲି ନଥାନ୍ତି। କାରଣ ମେକ୍‌ଅପ୍‌ କରିବାକୁ କିଛି ବି ବାହାନାର ଆବଶ୍ୟକତା ନଥାଏ ।

– ଗାର୍ଲ୍ସ ହଷ୍ଟେଲରେ କେହି ଦେଖିବାକୁ ନଥିବାରୁ ଝିଅମାନେ ପାଗଳଙ୍କ ପରି ନାଚିଥାନ୍ତି । ଇମୋଶନାଲ ହୋଇ ପୁରୁଣା ପ୍ରେମିକଙ୍କୁ ଫୋନ କରି ଗାଳି ଦେଇଥାନ୍ତି । ଗାଳି ଦେଇ ଦେଇ କାନ୍ଦିବାକୁ ଭୁଲି ନଥାନ୍ତି ।

– ପାର୍ଲର ଯିବା ବଦଳରେ ନିଜେ ମୋନିକେୟାର, ପେଡିକେୟାର ଓ ଫେସିଆଲ କରିଥାନ୍ତି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏସବୁ ମେକ୍‌ଅପ୍‌ ଝିଅମାନେ କଲେଜ ପ୍ରୋଜେକ୍ଟଠାରୁ ଅଧିକ ଜରୁରୀ ଭାବିଥାନ୍ତି ।

– ହଷ୍ଟେଲରୁ ଘରକୁ ଯାଇ ଫେରିବା ପରେ ଯାହା ଆଣିଥାନ୍ତି ସବୁ ସାଙ୍ଗଙ୍କୁ ବାଣ୍ଟିଥାନ୍ତି । କାରଣ ମାଆ ହାତର ସ୍ୱାଦର ପ୍ରଶଂସା ନେବାର ଅଛି ନା ।

– ହଷ୍ଟେଲରେ ସବୁ ଝିଅଙ୍କର କେହି ନା କେହି ଫେବରାଇଟ୍‌ ଚମ୍ପି ଓ ମସାଜ କରୁଥିବା ସାଙ୍ଗ ଥାନ୍ତି । ୨ରୁ ୩ ଦିନରେ ଥରେ ସେ ତା ପାଖରୁ ତେଲ ମାଲିସ ଓ ମସାଜ ନିଶ୍ଚିତ କରିଥାଏ ।

– କୌଣସି ଜଣେ ସାଙ୍ଗର ରୁମ୍‌ରେ ସବୁ ଝିଅ ଏକାଠି ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗପରେ ମାତିଥାନ୍ତି । ନିଜ ନିଜର କ୍ରସ୍‌, ଲଭ ଲାଇଫ, କିସ୍‌ ଓ ଇଣ୍ଟିମେଟ ସମୟର ଅନୁଭୁତି ସାଙ୍ଗମାନଙ୍କ ସହ ସେୟାର କରିଥାନ୍ତି ।

– ରାତି ସାରା ଅନିଦ୍ରା ରହି ଲାପ୍‌ଟପ୍‌ରେ ଫିଲ୍ମ ଦେଖିଥାନ୍ତି। ପରଦିନ ଯେତେ ଜରୁରୀ କାମ ଥିଲେ ବି ଯଦି ଇଚ୍ଛା ହୋଇଛି ଫିଲ୍ମ ଦେଖିବାକୁ, ନିଶ୍ଚିତ ଦେଖିବେ ।

– ହଷ୍ଟେଲ କରିଡରରୁ ନିଜ ରୁମ୍‌ ପର୍ଯ୍ୟନ୍ତ ଆରାମରେ ସର୍ଟ୍ସ ଓ ତଉଲିଆରେ ବୁଲିଥାନ୍ତି । କାରଣ ସେମାନେ ଜାଣିଥାନ୍ତି, ହଷ୍ଟେଲରେ ସେମାନେ ଆଜାଦ ଓ ତାଙ୍କୁ କେବଳ ଝିଅମାନେ ହିଁ ଦେଖୁଛନ୍ତି ।

– ହଷ୍ଟେଲରୁ ଘରକୁ ଯାଇ ଫେରିବା ପରେ ଯାହା ଆଣିଥାନ୍ତି ସବୁ ସାଙ୍ଗଙ୍କୁ ବାଣ୍ଟିଥାନ୍ତି । କାରଣ ମାଆ ହାତର ସ୍ୱାଦର ପ୍ରଶଂସା ନେବାର ଅଛି ନା ।

– ରାତିରେ ଏକାଠି ବସି ଫେସବୁକରେ କୌଣସି ଯୁବକର ସବୁ ଫଟୋ ଦେଖିବା, ତା’ ପ୍ରୋଫାଇଲକୁ ତନ ତନ କରି ଯାଞ୍ଚ କରିଥାନ୍ତି । ଏତିକିରେ କଥା ସରି ନଥାଏ ତା’ ବିଷୟରେ ଗରମାଗରମ ଆଲୋଚନା ମଧ୍ୟ ହୋଇଥାଏ ।

– ଫୋନରେ ସାଙ୍ଗର ବୟଫେଣ୍ଡ ସହ ମଜା କରିବା ସହ ନିଜ ସାଙ୍ଗ ପାଇଁ ଯୁବକ ଜଣଙ୍କ ଠିକ୍‌ କି ନୁହେଁ ଜାଣିବାକୁ ବିଭିନ୍ନ ପ୍ରକାର ଉପାୟ ଆପଣାଇଥାନ୍ତି । ବହୁ ସମୟରେ ସ୍ୱର ବଦଳାଇ ସାଙ୍ଗର ବୟଫ୍ରେଣ୍ଡ ସହ କଥା ହୋଇଥାନ୍ତି ।

– କୌଣସି ସାଙ୍ଗର ଜନ୍ମଦିନ ଆସୁଥିଲେ ତାକୁ ସରପ୍ରାଇଜ ଦେବାକୁ ପ୍ଲାନ କରାଯାଇଥାଏ । ହେଲେ ଏପରି ସରପ୍ରାଇଜ ପ୍ଲାନ କରିବା ବହୁତ କଷ୍ଟ ହୋଇଥାଏ । କାରଣ ଜନ୍ମଦିନ ଥିବା ଝିଅ ସେମାନଙ୍କ ସହ ରହୁଥିବାରୁ ସବୁବେଳେ ଆଖପାଖରେ ଥାଏ । ଏଥିପାଇଁ ତାକୁ କେମିତି ପ୍ଲାନିଂ ମିଟିଂରୁ ଦୂରେଇ ରଖାଯିବ, ସେ ନେଇ ନାନା ଫନ୍ଦି କରିଥାନ୍ତି ।

Comments are closed.