ଘୁଙ୍ଗୁଡ଼ି ସମସ୍ୟାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଉପାୟ !!

ରାତିରେ ଶୋଇବା ସମୟରେ କେହି ଜାଣି ଶୁଣି ଘୁଙ୍ଗୁଡ଼ି ମାରି ନଥାନ୍ତି, ଏହା ଆପେ ଆପେ ହୋଇଯାଏ । ଏଥିରେ ଅନ୍ୟ ଲୋକମାନଙ୍କର ନିଦ ଖରାପ ହେବା ସହିତ ବିରକ୍ତି ଭାବ ସୃଷ୍ଟି ହୁଏ । ଯାହା ଫଳରେ ଆପଣଙ୍କ ସମ୍ପର୍କରେ ମଧ୍ୟ ତିକ୍ତତା ଆସିଥାଏ । ଯଦି ଆପଣଙ୍କର ବି ଏହି ସମସ୍ୟା ରହିଛି ତେବେ ଦୁଃଖ କରନ୍ତୁ ନାହିଁ । କେତୋଟି ଘରୋଇ ଉପଚାର ଦ୍ଵାରା ଘୁଙ୍ଗୁଡ଼ି ସମସ୍ୟା ସବୁଦିନ ପାଇଁ ଦୂର ହୋଇ ପାରିବ । ତେବେ ଜଣାନ୍ତୁ ଏହାର ଘରୋଇ ଉପଚାର ବିଷୟରେ..

1. ଗୁଜୁରାତି – ପ୍ରତିଦିନ ଶୋଇବା ପୂର୍ବରୁ ଉଷୁମ ପାଣିରେ ଗୁଜୁରାତି ଗୁଣ୍ଡ ମିଶାଇ ପିଅନ୍ତୁ । ଦେଖିବେ ଧୀରେ ଧୀରେ ଆପଣଙ୍କର ଘୁଙ୍ଗୁଡ଼ି ମାରିବା ବନ୍ଦ ହୋଇଯିବ ।

2. ହଳଦୀ ଓ ମହୁ – ଏକ କପ୍‌ ଉଷୁମ ପାଣିରେ ଏକ ଚାମଚ ହଳଦୀ ଓ ଏକ ଚାମଚ ମହୁ ମିଶାଇ ଭଲ ଭାବେ ଗୋଳାଇ ଏହି ପାଣିକୁ ପ୍ରତିଦିନ ଶୋଇବା ପୂର୍ବରୁ ପିଅନ୍ତୁ । ଏପରି କଲେ ମାତ୍ର କିଛି ଦିନରେ ଘୁଙ୍ଗୁଡ଼ି ସମସ୍ୟାରୁ ମୁକ୍ତି ମିଳିବ ।

3. ପୋଦିନା ତେଲ- ଶୋଇବା ପୂର୍ବରୁ ପାଣିରେ କେଇ ବୁନ୍ଦା ପୋଦିନା ତେଲ ପକାଇ କୁଳି କରନ୍ତୁ । ଏହା ଦ୍ୱାରା ନାକରେ ନିଶ୍ୱାସ-ପ୍ରଶ୍ୱାସ ନେବା ସହଜ ହୋଇଯାଏ । ଫଳରେ ଆପଣଙ୍କର ଘୁଙ୍ଗୁଡ଼ି ବନ୍ଦ ହୋଇଯିବ। ଆପଣ ଚାହିଁଲେ ନାକରେ ମଧ୍ୟ ପୋଦିନା ତେଲ ଲଗାଇ ଶୋଇପାରିବେ ।

4. ହଳଦୀ ଓ କ୍ଷୀର – ହଳଦୀ ଅନେକ ରୋଗ ପାଇଁ ଯାଦୁ ପରି କାମ କରେ । ରାତିରେ ଶୋଇବାର ଅଧଘଣ୍ଟା ପୂର୍ବରୁ କ୍ଷୀରରେ ହଳଦୀ ମିଶାଇ ପିଇ ଦେଖନ୍ତୁ ଆପଣଙ୍କର ଘୁଙ୍ଗୁଡ଼ି ମାରିବା ବନ୍ଦ ହୋଇଯିବ ।

Comments are closed.