ଫେସବୁକ୍ ଜରିଆରେ ଲାଇଭ୍ ସୁଇସାଇଡ୍ କଲେ ଯୁବକ

ଫେସବୁକ ଜରିଆରେ ଲୋକମାନେ ଫଟୋ ଓ ଭିଡିଓ ଅପଲୋଡ କରୁଥିବା ବେଳେ ଲାଇଭ୍ ସୁଇସାଇଡ କଲେ ଯୁବକ । ଏହି ଭିଡିଓକୁ ୨୧୦୦ ଲୋକ ଲାଇଭରେ ଦେଖି ମଧ୍ୟ କେବଳ ଦେଖେଣାହାଣୀ ହୋଇ ରହିଲେ, ପରନ୍ତୁ ରୋକିବା ପାଇଁ କୌଣସି ପଦକ୍ଷେପ ନେଲେ ନାହିଁ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଆଗ୍ରା ସହରରେ, ଯେଉଁଠି ଏକ ଯୁବକ ନିଜ ବ୍ୟକ୍ତିଗତ ଜୀବନରେ ଥିବା ସମସ୍ୟାକୁ ନେଇ ଏପରି ପଦକ୍ଷେପ ନେଇଥିବାର ସୂଚନା ମିଳିଛି । ପୋଲିସଙ୍କ କହିବା ଅନୁସାରେ, ‘ମୃତ ଯୁବକ ଜଣକ ସେନାରେ ଚାକିରି କରିବା ପାଇଁ ୧୭ ବର୍ଷରୁ ଚେଷ୍ଟା କରି ଆସୁଥିଲା । ବୟସ ବଢିବା ସହିତ ସେନାରେ ଚାକିରୀ ଯୋଗ୍ୟ ନହେବାରୁ ବିରକ୍ତ ହୋଇ ଆତ୍ମହତ୍ୟା କରିଛି’ । ତେବେ ସମାଜରେ ଦିନକୁ ଦିନ ଲୋକମାନଙ୍କ ଭିତରେ ମାନବିକତା କମିବାରେ ଲାଗୁଛି ବୋଲି ଏହି ଘଟଣାରୁ ଜଣା ପଡୁଛିି ।

Comments are closed.