ହ୍ୟାକରଙ୍କ ଦ୍ୱାରା ନେଟୱାକିଙ୍ଗ୍ ସାଇଟ୍ ହ୍ୟାକ୍, କରଦାତାଙ୍କୁ ଆୟକର ବିଭାଗର ଚେତାବନୀ

ଜୁଲାଇ ୩୧ ତାରିଖ ହେଉଛି ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ୍ କରିବା ଶେଷ ସମୟ । ଆୟକର ବିଭାଗ ପକ୍ଷରୁ କରଦାତାମାନଙ୍କୁ ଚେତାବନୀ ଦିଆଯାଇଛି ଯେ, ଅନଲାଇନ ଜିନିଷ କିଣିବାଦ୍ୱାରା ନେଟୱାକିଙ୍ଗ୍ ସାଇଟ୍ ହ୍ୟାକ୍ କରି ସେମାନଙ୍କର ବ୍ୟାଙ୍କ ଆକାଉ  ହ୍ୟାକ୍ କରାଯାଉଛି ।

ଆୟକର ବିଭାଗର ପ୍ରବକ୍ତା କହିଛନ୍ତି ଯେ, ଆୟକର ଜମା କରୁଥିବା କରଦାତାମାନଙ୍କୁ ସରକାରୀ ଇ-ମେଲ୍ ଆଡ୍ରେସ୍ ଭଳି ସମାନ ଦିଶୁଥିବା ଏକ ମେଲ୍ ଆଡ୍ରେସରେ ମେଲ୍ ପଠାଯାଉଛି । ଏଥିରେ ସେମାନଙ୍କ ନେଟୱାକିଙ୍ଗର ବିବରଣୀ ମଗାଯାଉଛି ଯେଉଁଥିରେ ସେମାନଙ୍କୁ ତାଙ୍କ ବଳକା ରାଶି ଫେରସ୍ତ ହେବା କଥା ଲିଖିତ ରହିଛି । ହେଲେ ଏ ଭଳି ମେଲ୍ ଗୁଡିକୁ ଧ୍ୟାନ ନ ଦେବା ପାଇଁ ଆୟକର ବିଭାଗ କରଦାତାମାନଙ୍କୁ ଅନୁରୋଧ କରିଛନ୍ତି, କାରଣ ଏ ମେଲ୍ ହ୍ୟାକର୍ସଙ୍କ ଦ୍ୱାରା ପଠାଯାଉଛି । ଯଦି କରଦାତାଙ୍କ ବଳକା ରାଶି ଫେରସ୍ତ କରିବା ହେବ ତା’ହେଲେ ତାଙ୍କୁ ବିଭାଗ ନୋଟିସ୍ କରି ଏ ବାବଦରେ ଜଣାଇବ ବୋଲି ବିଭାଗ ସୂଚନା ଦେଇଛନ୍ତି ।

ହ୍ୟାକର୍ସଙ୍କ ଦ୍ୱାରା ଆସିଥିବା ମେଲ୍ କୁ କ୍ଲିକ୍ କଲେ ସିଧାସଳଖ ଭାବେ ଆପଣଙ୍କ ନେଟୱାକିଙ୍ଗ୍ ସାଇଟ୍ ଖୋଲି ଯିବ । ଏହା ପରେ ନେଟୱାକିଙ୍ଗ୍ ସାଇଟରେ ଲଗ୍ ଇନ୍ କରିବା ମାତ୍ରେ ଆପଣଙ୍କ ବ୍ୟାଙ୍କ ଆକାଉ ହ୍ୟାକ୍ ହୋଇଯିବ । ଏଥିପାଇଁ ବିଭାଗ ସମସ୍ତ କରଦାତାଙ୍କୁ ସତର୍କ ରହିବା ପାଇଁ ସୂଚିତ କରାଇଛି ।

Comments are closed.