ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟରେ ଭାରତ ଚତୁର୍ଥ

ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟରେ ଚତୁର୍ଥ ସ୍ଥାନ ଅଧିକାର କରିଛି ଭାରତ, ଯାହାକି ଭାରତବାସୀଙ୍କ ପାଇଁ ଗର୍ବର ବିଷୟ । ୨୦୧୭ ମସିହାରେ ଗ୍ଲୋବାଲ ଫାୟାର ପାୱାର ପକ୍ଷରୁ ବିଶ୍ୱର ୧୩୩ଟି ରାଷ୍ଟ୍ରର ପ୍ରତିରକ୍ଷା ଖର୍ଚ୍ଚ ଓ ଯୁଦ୍ଧ ସରଞ୍ଜାମ ନେଇ ଏକ ସର୍ଭେ କରାଯାଇଥିଲା । ଯାହାର ରିପୋର୍ଟ ଅନୁସାରେ, ପ୍ରଥମେ ଚାଇନା, ଆମେରିକା ଓ ରୁଷିଆ ପରେ ଭାରତକୁ ଶକ୍ତିଶାଳୀ ରାଷ୍ଟ୍ରର ମାନ୍ୟତା ମିଳିଛି । ଭାରତରେ ଯୁଦ୍ଧ ବିମାନ ସଂଖ୍ୟା ୨ ହଜାର, ଟ୍ୟାଙ୍କ ସଂଖ୍ୟା ୪,୪୦୦ରୁ ଅଧିକ ଥିବାବେଳେ ଭାରତୀୟ ସେନାରେ ୧୩ ଲକ୍ଷରୁ ଅଧିକ ସକ୍ରିୟ କର୍ମଚାରୀ ଓ ୨୭ ଲକ୍ଷରୁ ଅଧିକ ରିଜର୍ଭ କର୍ମଚାରୀ ଭାବେ କାର୍ଯ୍ୟରତ ।

Comments are closed.