ଫେକ୍ ଆକାଉଣ୍ଟଧାରୀଙ୍କୁ ଏବେ ଧରିବ ଫେସବୁକ୍ ର ନୂଆ ଫିଚର୍

ଫେସବୁକରେ ଫେକ୍ ଆକାଉଣ୍ଟ ଖୋଲି କେତେକ ଖଳ ପ୍ରକୃତିର ଲୋକ ଅନ୍ୟର ଡାଟା ଚୋରୀ କରିବା ସହିତ ଅନ୍ୟର ଫୋଟକୁ ନେଇ ଅପବ୍ୟବହାର କରିଥାନ୍ତି । ଯଦି ଆପଣ ବି ଏପରି କିଛି ଫେକ୍ ଆକାଉଣ୍ଟ ଖୋଲିଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ଫେକ୍ ଆକାଉଣ୍ଟଧାରୀଙ୍କୁ ଧରିବା ପାଇଁ ଫେସବୁକ ଲଞ୍ଚ କରିଛି ଏକ ନୂଆ ଫିଚର୍ । ଯାହା ମାଧ୍ୟମରେ ଫେକ୍ ଆକାଉଣ୍ଟ ସମ୍ବନ୍ଧରେ ସମ୍ପୂର୍ଣ୍ଣ ତଥ୍ୟ ମିଳିଯିବ ବୋଲି ସୂଚନା ଦେଇଛନ୍ତି ଫେସବୁକ ମେସେଞ୍ଜର ଟିମର ତଲାଇ ବ୍ରାଉନ । ମଦର ବୋର୍ଡ ରିପୋର୍ଟ ଅନୁସାରେ, ଏହି ନୂଆ ଫିଚର୍ ଦ୍ୱାରା ସିଧାସଳଖ ଆକାଉଣ୍ଟଧାରୀଙ୍କ ପାଖରେ ପହଞ୍ଚିବା ଅତି ସହଜ ହୋଇଯିବ । ଦେଶର କେଉଁ ସ୍ଥାନରୁ account access କରାଯାଉଛି ସେ ସମ୍ପର୍କରେ ମଧ୍ୟ ଅଧିକ ତଥ୍ୟ ମିଳିପାରିବ ।

Comments are closed.