କରୋନାକୁ ନେଇ ଗ୍ରାମବାସୀ ଲଗାଇଲେ ଚେକ ଗେଟ

ସମ୍ବଲପୁର, ତୁଷବନ୍ତ ଯୋଶୀ ଏବଂ ନବୀନ ଦାଶ : ବତ୍ତମାନ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ମହାମାରି କରୋନା ପାଇଁ ସାରା ଦେଶରେ ଲକ ଡାଉନ ଘୋଷଣା ହୋଇଛି । ତେବେ ସମ୍ବଲପୁର ଜିଲ୍ଲାର ଗ୍ରାମାଂଚଳରେ ଏନେଇ ଲୋକେ ବେସ ସଚେତନ ଥିବା ଦେଖାଦେଇଥିଲା। ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଠେମରା ଗାଁର ଲୋକେ କରୋନାକୁ ନେଇ ନିଜ ଗାଁ ତଥା ଗାଁ ବାହାରର ଲୋକଙ୍କୁ ସଚେତନ କରିବା ପାଇଁ ନେଇଛନ୍ତି ନିଆଁରା ପଦକ୍ଷେପ । ଠେମରା ଗାଁର ଲୋକେ ଗ୍ରାମର ମୁଖ୍ୟ ପ୍ରବେଶ ଦ୍ଵାରରେ ଚେକ ଗେଟ ଲଗାଇବା ସହ ଲୋକଙ୍କୁ ସଚେତନ କରାଉଛନ୍ତି । ଗାଁର ଲୋକ ବାହାରକୁ ଯିବେ ନାହି କି ବାହାର ଲୋକ ଗାଁ କୁ ପ୍ରବେଶ କରିବେ ନାହି। ସମ୍ବଲପୁର ଜିଲ୍ଲା ଠେମରା ଗ୍ରାମରେ ଲୋକେ ଏଭଲି ଅଭିନବ ପଦକ୍ଷେପ ନେଇ ସମାଜକୁ ଏକ ବାତ୍ତା ଦେବାପାଇଁ ପଦକ୍ଷେପ ନେଇଛନ୍ତି । କରୋନାକୁ ନେଇ ସାରା ଦେଶରେ ଏବେ ହଇଚଇ ସୃଷ୍ଟି ହୋଇଛି ।ତେଵେ ଭାରତରେ ମଧ୍ୟ ଏହାର ଆକ୍ରାନ୍ତ୍ର ସଖ୍ୟା ବଢିଥିବା ବେଳେ ଭାରତର ପ୍ରଧାନ ମନ୍ତ୍ରୀ ସାରା ଭାରତକୁ ୨୧ ଦିନ ପାଇ ଲକ ଡାଉନ ଘୋଷଣା କରିଛନ୍ତି । ତେଵେ ଏହାକୁ ନଜର ରଖି ଠେମରା ଗ୍ରାମର ଯୁବକ ମାନେ ଏଭଲି ନିଆରା ଭାବେ ଗାଁରେ ଲକ ଡାଉନ କରିଛନ୍ତି । ଗ୍ରାମର ଯୁବକ ମାନଙ୍କ ଏଭଲି ପଦକ୍ଷେପ ଦେଖି ଗ୍ରାମ ବାସୀ ପ୍ରଂଶସା କରିଛନ୍ତି । ତେଵେ ଏଭଲି ଭାବେ ଦେଶର ସମସ୍ତ ଗ୍ରାମବାସି ସଚେତନ ହେବା ସହ ଲକଡାଉନ କଲେ ନିଶ୍ଚିତ ଭାବେ କରୋନ ମୁକାବିଲା ହୋଇପାରିବ ବୋଲି ଆଶା କରାଯାଉଛି ।

Comments are closed.