ବିଜୁ ଯୁବ ବାହିନୀ ତରଫରୁ କରୋନା ସମ୍ପର୍କିତ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, ବୁଦ୍ଧେଶ୍ୱର ଚୌଧୁରୀ: ଆଜି ଭବାନୀପାଟଣା ବିଜୁ ଯୁବ ବାହିନୀ ତରଫରୁ ଭବାନୀପାଟଣା ପୌରପାଳିକାରେ କରୋନା ଭୁତାଣୁ ସମ୍ପର୍କିତ ଜନ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି । ବିଜୁ ଯୁବ ବାହିନୀର ସ୍ବେଚ୍ଛାସେବୀ ମାନେ ଆଜି ଭବାନୀପାଟଣା ସହରର ସମସ୍ତ କିରାନା ଦୋକାନ, ଫଳ ଦୋକାନ, ପନିପରିବା, ସାମୁହିକ ବଜାର ପ୍ରମୁଖ ସ୍ଥାନକୁ ଯାଇ ଜନସାଧାରଣ ଙ୍କୁ ସାମାଜିକ ଦୂରତା ରଖି ସାମଗ୍ରୀ କିଣିବା ପାଇଁ ଅନୁରୋଧ କରିଥିଲେ । ସ୍ବେଚ୍ଛାସେବୀ ମାନେ ସମସ୍ତ ଦୋକାନ ଆଗରେ ଧଳା ଚୁନ ଜରିଆରେ ୧ ମିଟର ବ୍ୟବଧାନରେ ଚିହ୍ନ ଦେଇ ସାମାଜିକ ଦୂରତା ରଖିବାକୁ ଦୋକାନୀ ମାନଙ୍କୁ ମଧ୍ୟ ପରାମର୍ଶ ଦେଇଥିଲେ ।
ସୂଚନା ଥାଉ କି, ସାରା ବିଶ୍ବରେ କରୋନା ଭୂତାଣୁ, ଏକ ମହାମାରୀର ରୂପ ନେବା ସହ ମାନବ ଜାତି ପାଇଁ ବହୁତ ବଡ଼ ଆହ୍ବାନ ସୃଷ୍ଟି କରିଛି । ଭାରତରେ ମଧ୍ୟ ଏହା ଉତ୍କଟ ରୂପ ନେବା ଆରମ୍ଭ କରିଛି । ଓଡିଶା ରେ ୩ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇସାରିଲେଣୀ । ଏଣୁ ଏଭଳି ଏକ ଘଡିସନ୍ଧି ମୂହୁର୍ତ୍ତରେ ସମସ୍ତେ ସାମାଜିକ ଦୂରତ୍ୱ ରଖିବା ସହ ଲକ୍ ଡାଉନ ସମୟରେ ଘରେ ହିଁ ରହିବା ଉଚିତ ବୋଲି ସ୍ଵେଚ୍ଛାସେବୀ ମାନେ ଲୋକଙ୍କୁ ବାର୍ତ୍ତା ଦେଇଛନ୍ତି । ପଇସା ଲେଣ ଦେଣ କରୁଥିବାରୁ ଦୋକାନୀ ଓ ଗ୍ରାହକଙ୍କୁ ଭଲ ଭାବେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ସାବୁନରେ ହାତ ଧୋଇବା ପାଇଁ ଅନୁରୋଧ କରିଛନ୍ତି । ଏହି ସଚେତନତା କାର୍ଯ୍ୟକ୍ରମରେ ବିଜୁ ଯୁବ ବାହିନୀ ଜିଲ୍ଲା ସଂଯୋଜକ ଅବିନାଶ ଠାକୁର, ମ୍ୟୁନିସିପାଲିଟି ସଂଯୋଜକ ଅଭିଷେକ ମହାପାତ୍ର, ସ୍ବେଚ୍ଛାସେବୀ ଜିତେନ୍ଦ୍ର ବେହେରା, ରାକେଶ ଗହୀର, ମହମ୍ମଦ ଇସମାଇଲ, ରାଜେନ୍ଦ୍ର ବେହେରା, ଯତିନ ଦାସ, ମହମ୍ମଦ ମହସିନ, କାର୍ତ୍ତିକ ସାମଲ, ବିବେକ ମହାନନ୍ଦ ପ୍ରମୁଖ ସାମିଲ ହୋଇଥିଲେ ।

Comments are closed.