ଲୋଇସିଂହା ବିଧାୟକଙ୍କ ସହାୟତା, କରୋନା ମୁକାବିଲା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୩ ଲକ୍ଷ୍ୟ ୫୦ ହଜାର ଟଙ୍କାର ପାଣ୍ଠି ପ୍ରଦାନ
ବଲାଙ୍ଗୀର, ରାଧେଶ୍ୟାମ ହାତୀ : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭୧ ଏବଂ ମୃତ୍ୟୁ ସଂଖ୍ୟା ୯ ରେ ପହଁଚି ଥିବା ବେଳେ ଓଡ଼ିଶାରେ ଆଜି ମଧ୍ୟରାତ୍ରି ଠାରୁ ସମ୍ପୂର୍ଣ୍ଣ ଓଡିଶାକୁ ସରକାର ଲକଡାଉନ ଘୋଷଣା କରିଛନ୍ତି । ବଲାଙ୍ଗୀରରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଲୋକ କରୋନା ରୋଗରେ ଆକ୍ରାନ୍ତ ହୋଇନଥିବା ବେଳେ ଜିଲ୍ଲାର ଜନ ସାଧାରଣ ସଚେତନ ହୋଇ ଦୋକାନ ବଜାର ବନ୍ଦ କରିଛନ୍ତି । କରୋନା ରୋଗକୁ ଦୃଷ୍ଟିରେ ରଖି ଲୋଇସିଂହା ବିଧାୟକ ଡ଼.ମୁକେଶ ମହାଳିଙ୍ଗ ନିଜ ବିଧାୟକ ପାଣ୍ଠିରୁ ଲୋଇସିଂହା, ଅଗଲପୁର ଏବଂ ପୁଇଁନ୍ତଳା ବ୍ଲକରେ ଥିବା ୩ ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ୧୦ ଟି ନୂତନ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୩ ଲକ୍ଷ୍ୟ ୫୦ ହଜାର ଟଙ୍କାର ପାଣ୍ଠି ପ୍ରଦାନ କରିଛନ୍ତି ।ବିଧାୟକଙ୍କ ଏଭଳି ସେବା ମନବୃତିକୁ ଅଞ୍ଚଳର ଲୋକେ ପ୍ରଶଂସା କରିଛନ୍ତି ।
Comments are closed.