ଫୁଟାଇ ପିଅନ୍ତୁ ଲେମ୍ବୁ ପାଣି, ଦୂର ହେବ ତ୍ୱଚା ସମସ୍ୟା

ଭୁବନେଶ୍ୱର : ଉଭୟ ସ୍ବାସ୍ଥ୍ୟ ଏବଂ ତ୍ବଚା ପାଇଁ ଉପକାରୀ ଲେମ୍ବୁ । ଏଥିରେ ଅନେକ ଉପକାରୀ ପୋଷକ ତତ୍ବ ଭରି ରହିଥାଏ । ଯାହା ତ୍ବଚା ଏବଂ ସ୍ବାସ୍ଥ୍ୟ ପାଇଁ ବେଶ ଉପକାରୀ । ତେବେ ଆସନ୍ତୁ ଜାଣିବା ଫୁଟା ଯାଇଥିବା ଲେମ୍ବୁ ପାଣି ପିଇବା ଦ୍ବାରା, ଏହା ତ୍ବଚା ଜନିତ କେଉଁ ସବୁ ସମସ୍ୟା, ଦୂର କରିବାରେ ସାହାଯ୍ୟ କରେ ।

ପ୍ରତିଦିନ ଫୁଟା ଯାଇଥିବା ଲେମ୍ବୁ ପାଣି ପିଇବା ଦ୍ବାରା, ଏହା ତ୍ବଚାରେ ଦେଖା ଦେଉଥିବା ରିଙ୍କିଲ୍ସ ସମସ୍ୟା, ତ୍ବଚା କୁଣ୍ଡେଇ ହେବା, ବ୍ରଣ ସମସ୍ୟା, ଶୁଷ୍କ ତ୍ବଚା, ତ୍ବଚା ଫାଟିବା ଆଦି ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ । ତ୍ବଚା ଜନିତ ଏହି ସବୁ ସମସ୍ୟାକୁ ଦୂର କରିବା ସହିତ, ଏହା ତ୍ବଚାକୁ ସୁସ୍ଥ, ସୁନ୍ଦର, କମୋଳ, ବେଦାଗ କରିବା ସହିତ, ପ୍ରାକୃତିକ ଚମକ ଆଣିବାରେ ସାହାଯ୍ୟ କରେ ।

Comments are closed.